ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା :ଆଉ କମଦିନ ଭିତରେ ହେବ ପଂଚାୟତ ନିର୍ବାଚନ। ଯେଉଁ ପ୍ରାର୍ଥୀମାନେ ଚଳିତ ନିର୍ବାଚନ ଲଡ଼ୁଛନ୍ତି ସେଇ ନିର୍ଵାଚନ ଲଢ଼ୁଥିବା ପ୍ରାର୍ଥୀ ମାନଙ୍କୁ ନିଜ ପଂଚାୟତ ର ଶିକ୍ଷା କ୍ଷେତ୍ର ରେ ବିକାଶ ଆଣିବା ପାଇଁ ଗ୍ରାମବାସୀ ପ୍ରାର୍ଥୀ ମାନଙ୍କୁ ଶପଥ କରାନ୍ତୁ ବୋଲି ଓଡିଶା ଅଭିଭାବକ ସଂଘ ପ୍ରେସ ବାର୍ତ୍ତା ଦେଇଛନ୍ତି । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଙ୍କ ଠାରେ ଶିକ୍ଷା କ୍ଷେତ୍ର ରେ ଥିବା ୫ ଗୋଟି ସର୍ତ୍ତ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏନେଇ ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଓଡିଶା ଅଭିଭାକ ସଂଘ ର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଙ୍କ ନିକଟରେ ଗ୍ରାମ ବାସୀ ପକ୍ଷରୁ ନିଜ ୫ ଗୋଟି ଦାବି ରଖିବା ପାଇଁ ସଙ୍ଘ ପ୍ରକାଶ କରିଛି ଏହା ମଧ୍ୟରେ ପଂଚାୟତ ରେ ବନ୍ଦ ହୋଇ ପଡିଥିବା ସ୍କୁଲକୁ ଖୋଲିବା ଓ କୌଣସି ଶିଶୁ ନିଜ ଶିକ୍ଷାଗ୍ରହଣରୁ ଯେପରି ବଂଚିତ ନ ହେବେ, ବେସରକାରୀ ସ୍କୁଲ ରେ ଗରିବ ଶିଶୁ ମାଗଣା ଶିକ୍ଷାଦାନ ପାଇବାରେ ଅଭିଭାବକ ଙ୍କୁ ସହଯୋଗ କରିବା, ଶହ ଛାତ୍ର ଛାତ୍ରୀ ଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଭଳି ୫ ଗୋଟି ପ୍ରତିଶୃତି ର ଏକ ଶପଥ ପତ୍ର ଜାରି କରିଛି। ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ବିଜୟ ପରେ ଏହି ଦାବି ପୂରଣ ନକଲେ ନିଜ ପଦ ରୁ ଇସ୍ତଫା ଦେବା ପାଇଁ ଶପଥ କରାନ୍ତୁ ଯେଉଁ ପ୍ରାର୍ଥୀ ଶପଥ ନେଉଛି ତାକୁ ଗ୍ରାମ ବାସୀ ସମର୍ଥନ ଜଣାନ୍ତୁ ବୋଲି ସଂଘ ପ୍ରକାଶ କରିଛି।ନିର୍ବାଚିତ ପ୍ରତିନିଧି ମାନେ ନିଜ ପଂଚାୟତ ରେ ଶିକ୍ଷା କ୍ଷେତ୍ର କୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ଶିକ୍ଷା କ୍ଷେତ୍ର ରେ ବିକାଶ ହେବ ବୋଲି ସଂଘ ପ୍ରକାଶ କରିଛି।(ରିର୍ପୋଟ: ଶାମ୍ବ କୁମାର ସରାଫ)