ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା କାୟାରେ ବହୁ ଲୋକମାନେ ଆସିଲେଣି। ରାଜ୍ୟରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ମାନେ କୋଭିଡ ପଜିଟିଭ ହଉଛନ୍ତି। ତେବେ କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି। ତେବେ ସେ ଏହି ସୂଚନା ନିଜ ଟ୍ବିଟର ମାଧ୍ୟମରେ ଦେଇଛନ୍ତି। ଏଥିରେ ସେ ପ୍ରକାଶ କରିଛନ୍ତି ଯେ ସେ ନିଜକୁ ଅଲଗା ରଖିଛନ୍ତି। ତେବେ ତାଙ୍କର ଲକ୍ଷଣ ମଧ୍ୟମ ଧରଣ ରହିଛି। ସେ ଅନୁରୋଧ କରିଛନ୍ତି ଯେଉଁମାନେ ତାଙ୍କ ଯୋଗାଯୋଗରେ ଆସିଛନ୍ତି ଦୟାକରି କୋଭିଡ ଟେଷ୍ଟ କରିନିଅନ୍ତୁ। ଏହାସହ କୋଭିଡକୁ ହାଲୁକାର ଭାବରେ ନ ନେବାକୁ ସୂଚନା ଦେଇଛନ୍ତି। ଏହାସହ ମାସ୍କ ପିନ୍ଧିବାକୁ ମଧ୍ୟ ଅନୁରୋଧ କରିଛନ୍ତି।