ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ନେତାଜୀ କ୍ରାନ୍ତି , ବିପ୍ଳବ , ଆନ୍ଦୋଳନ ପ୍ରତିବାଦ ର ପ୍ରତୀକ। ସମ୍ବଲପୁର ରେ ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ତାଙ୍କ ଜନ୍ମ। ଛଅ ଭାଇ ଓ ଏକ ମାତ୍ର ଭଉଣୀ। ବ୍ରିଟିଶ ସରକାର ବିରୋଧରେ ସ୍ବର ଉତ୍ତୋଳନ କରି କ୍ରାନ୍ତିର ଧାରା ପାଲଟିଲେ କୁହାଇଲେ କ୍ରାନ୍ତିକାରୀ। କାରାଗାରରେ ବନ୍ଦୀ ହୋଇ ମଧ୍ୟ ଜୀବନ କାଟିଛନ୍ତି ସେ। ତେବେ ତାଙ୍କର ଆଜି ୧୨୫ ତମ ଜନ୍ମ ବାର୍ଷିକୀରେ ନେତାଜୀଙ୍କୁ ସାରା ଦେଶ ମନେ ପକାଉଛି। ଆଜିର ଏହି ମହାନ ଦିନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀରେ ସ୍ମରଣ କରିଛନ୍ତି। ଏହାସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
“ଏକ ମୁକ୍ତ ଭାରତ – ଆଜାଦ ହିନ୍ଦଙ୍କ ଧାରଣା ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ସେ ଯେଉଁ ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ତାଙ୍କୁ ଏକ ଭାରତ ବର୍ଷ କେବେ ବି ଭୁଲି ପାରିବ ନାହିଁ। ତାଙ୍କର ଆଦର୍ଶ ଏବଂ ବଳିଦାନ ସବୁଦିନ ପାଇଁ ଚିରସ୍ମରଣୀୟ ହୋଇରହିବ। କେନ୍ଦ୍ର ଗୃହମନ୍ତ୍ରୀ ଙ୍କ ଠାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସମସ୍ତେ ନେତାଜୀଙ୍କୁ ସ୍ମରଣ କରିଛନ୍ତି। ତେବେ ଆଜି ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।