ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ:ବିବାଦୀୟ କୋଟିଆ କୁ ନେଇ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଅନେକ ବର୍ଷ ହେବ ବିବାଦ ଲାଗିରହିଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସର୍ବଦଳୀୟ ସହମତି କ୍ରମେ ମମତା ଯାନୀ ଜିଲ୍ଲା ପରିଷଦ ପ୍ରାର୍ଥୀ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଗେ ମାଟି ପରେ ପାର୍ଟି ନାରାବାଜି ଦେଇ ତିନି ପ୍ରମୁଖ ଦଳୀୟ କର୍ମୀ ଆଗେଇ ଆସିଛନ୍ତି।ସର୍ବଦଳୀୟ ପ୍ରାର୍ଥୀ ପତ୍ର ଦାଖଲ ସମୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ, କଂଗ୍ରେସ ଜ଼ିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ବିଜେପି ର ପୂର୍ବତନ ବିଧାୟକ ଜୟରାମ ପାଙ୍ଗି ଉପସ୍ଥିତ ଥିଲେ। ଆଗାମୀ ଦିନରେ କୋଟିଆ ମାଟି ପାଇଁ ଦଳ ଗତ ନିର୍ବିଶେଷରେ ସମସ୍ତେ ଏକ ହେବାକୁ ସର୍ବଦଳୀୟ ରେ ନିଷ୍ପତି କରାଯାଇଛି।(ରିର୍ପୋଟ:ବେଙ୍କଟେସ ରାଓ)