ସନଷ୍ଟାର ଟିଭି ବ୍ୟୁରୋ
ଗୁଣୁପୁର : ରାଜ୍ୟ ସ୍ତରୀୟ ଦଶମ ବଂଶଧାରା ବସନ୍ତ ମହୋତ୍ସବ ର କ୍ରୀଡା କାର୍ଯ୍ୟକ୍ରମ ରେ ଆଜି ପ୍ରବଳ ଜନ ସମାଗମ ହୋଇଥିଲା । ଯାହା କି କୋଭିଡ ମାର୍ଗଦର୍ଶିକା ର ସମ୍ପୂର୍ଣ୍ଣ ଉଲଂଘନ ଥିଲା । ଲୋକେ କଟକଣା କୁ ଭୁଲି ଏକାଠି ହୋଇ କ୍ରୀଡା ଦେଖିବାକୁ ଆସିଥିଲେ। ଖବର ପାଇ ଗୁଣୁପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡ଼ାଇ ଦେଇଥିଲେ । ପୁଲିସକୁ ଦେଖି କିଏ କେଉଁଆଡ଼େ ଦୌଡୁ ଥିବା ବେଳେ, ପୁନର୍ବାର ଏଭଳି ଜନ ଗହଳି କଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ମିଳିଛି ।( ରିର୍ପୋଟ:ସୁରେନ୍ଦ୍ର ମହାନ୍ତି)