ସନଷ୍ଟାର ଟିଭି ବ୍ୟୁରୋ
ଗୁଣୁପୁର : ନିର୍ବାଚନ ପରିଚାଳନା କରିବା ପାଇଁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିର୍ବାଚନ ବିଭାଗ ରହିଛି ସତ କିନ୍ତୁ କାର୍ଯ୍ୟକୁ ଆସୁ ନାହିଁ । ସମସ୍ତ ସୂଚନା ପ୍ରଦାନ କରିବା ନିମନ୍ତେ ଲୋକ ସମ୍ପର୍କ ଓ ସୂଚନା ବିଭାଗ ରହିଛି ଏଥିପାଇଁ ଅଧିକାରୀ ମଧ୍ୟ ଅଛନ୍ତି । ପ୍ରଥମତଃ ଗଣମାଧ୍ୟମ କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ବାରଣ କରାଯାଇଛି । ତେବେ ନିର୍ବାଚନ ସମ୍ବନ୍ଧୀୟ, ନାମାଙ୍କନ ପତ୍ର ଦାଖଲ ସମ୍ବନ୍ଧରେ କୌଣସି ସୂଚନା ମଧ୍ୟ ଦିଆଯାଉ ନ ଥିବାରୁ ଗଣମାଧ୍ୟମ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାୟଗଡା ରେ ଏସବୁ ବାରଣ ନ ଥିବା ବେଳେ ଗୁଣୁପୁର ରେ ଏଭଳି କଟକଣା କୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ । ଏପରି ହେଲେ ନିର୍ବାଚନ କିପରି ପରିଚାଳନା ପ୍ରଶାସନ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଉଛି । ଏଥିପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଶହ ଶହ ଲୋକ ରୁଣ୍ଡ ହେଉଥିବା ବେଳେ, ଉପଜିଲ୍ଲାପାଳ କାହାକୁ ବାରଣ କରୁ ନାହାନ୍ତି । ଯେଉଁଠାରେ କୋଭିଡ ଗାଇଡଲାଇନ ପାଳନ କରାଯାଉ ନାହିଁ। କେବଳ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇ ଭିତରକୁ ପ୍ରବେଶ ନିଷେଧ ବୋଲି ଆଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ଏହାକୁ ପ୍ରଶାସନ ର ଦୋମୁହାଁ ନୀତି ବୋଲି କୁହାଯିବା ସହ ତାକୁ ତୀବ୍ର ବିରୋଧ କରାଯାଇଛି ।( ରିର୍ପୋଟ: ସୁରେନ୍ଦ୍ର ମହାନ୍ତି)