ସନଷ୍ଟାର ଟିଭି ବ୍ୟୁରୋ
ଜଗତସିଂପୁର: ଜଗତସିଂପୁର ଜିଲ୍ଲା ଢ଼ିଙ୍କିଆରେ ଶିଳ୍ପାୟନୁ ନେଇ ଜନତା ଏବଂ ପ୍ରଶାସନ ମଧ୍ୟରେ ସଂଘର୍ଷ ହେବା ପରେ ସେଠାରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ବିରୋଧୀଙ୍କ କହିବାନୁସାରେ ରାଜ୍ୟ ସରକାର ପୋଲିସ ଫୋର୍ସ ସାହାର୍ଯ୍ୟରେ ଢ଼ିଙ୍କିଆ ଲୋକ ମାନଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ଜୋରଜବରଦସ୍ତ ଭୂମିହୀନ କରିବାକୁ ଚକ୍ରାନ୍ତ ଚଳାଇଛି। ପୋଲିସ ଦ୍ବାରା ହୋଇଥିବା ଲାଠି ଚାର୍ଜରେ ବହୁ ଲୋକ ଆହତ ହୋଇଥିବା ବେଳେ ଏଥିରେ ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ପୋଲିସ ମାନେ ଢ଼ିଙ୍କିଆବାସୀଙ୍କ ସହ ଏପରି ବ୍ୟବହାର କରୁଛନ୍ତି ଯେପରି ସେମାନେ ଏହି ଦେଶର ଶତ୍ରୃ। ପୋଲିସର ଭୟାବହତାକୁ ଦେଖି ଢ଼ିଙ୍କିଆଗ୍ରାମର ସବୁ ପୁରୁଷ ମାନେ ଭୟରେ ଗ୍ରାମ ଛାଡିବାକୁ ବାଧ୍ୟ ହୋଇଛନ୍ତି। ତେବେ ବର୍ତ୍ତମାନ ଢ଼ିଙ୍କିଆର ସ୍ଥିତି କିପରି ରହିଛି ସେଠାକାର ସ୍ଥିତି ପରଖିବାକୁ କଗ୍ରେଂସ ପ୍ରଭାରୀ ଏ .ଚେଲା କୁମାର ଙ୍କ ନେତୃତ୍ବରେ ୩ଜଣିଆ ବିଧାୟକ ଦଳ ର ନେତା ନରସିଂହ ମିଶ୍ର,କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ,ଅଂଶୁମାନ ମହାନ୍ତି, ଅରିନ୍ଦମ ସରକେଲ,ମାନସ ମହାନ୍ତି, ରାମଚନ୍ଦ୍ର ଖୁଷ୍ଟିଆ,ଅଭିଷେକ ମହାନନ୍ଦ ପ୍ରମୁଖ ଢ଼ିଙ୍କିଆ ଗସ୍ତ କରି ସେଠାକାର ସ୍ଥିତି ପରଖିଛନ୍ତି।