ସନଷ୍ଟାର ଟିଭି ବ୍ୟୁରୋ
ନୂଆପଡା :ନୂଆପଡା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀମାନେ ପ୍ରାୟତଃ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି l ଗତ ପହର ଦିନ ବିଜେଡି ଓ କଂଗ୍ରେସ ଦଳ ପୃଥକ ପୃଥକ ଭାବରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଗତକାଲି ବିଜେଡି, ବିଜେପି,କଂଗ୍ରେସ ଦଳ ତରଫରୁ ୩୮ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ । ଆଜି ନାମାଙ୍କନର ଶେଷଦିନରେ ବିଜେଡି ଓ କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଲେ । ନୂଆପଡା ଜିଲ୍ଲାର ୧୪ ଗୋଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ଏଯାଏ ବିଜେଡି, ବିଜେପି,କଂଗ୍ରେସ ଦଳ ମିସି ଏଯାଏ ମୋଟରେ ୪୦ଜଣ ପ୍ରାର୍ଥୀ ଜିଲ୍ଲାପରିଷଦ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତ୍ରିସ୍ତରୀୟ ନିର୍ବାଚନ ରେ ଏଥର ବିଜେଡି ଦଳ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟକାର୍ଡ ଓ ସଫଳ କୋଭିଡ ପରିଚାଳନା କୁ ରାଜନୀତିର ମୁଖ୍ୟ ପ୍ରସଙ୍ଗ କରିଥିବା ନୂଆପଡା ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଥିଲେ।
ଅନ୍ୟପକ୍ଷେ ବିଜେପି ଦଳ ସ୍ଥାନିୟ ଧାନମଣ୍ଡି ସମସ୍ୟା, ମମିତା ମେହେର ପ୍ରସଙ୍ଗ ଓ ଆୟୁଷମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଲାଗୁକରୁନଥିବା ପ୍ରସଙ୍ଗକୁ କଳାହାଣ୍ଡି ସାଂସଦ ତଥା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିର୍ବାଚନୀ ଇସ୍ତିହାର ଜାରି କରିଛନ୍ତି l
ଅନ୍ୟପକ୍ଷେ କଂଗ୍ରେସ ଦଳ ଓବିସି ମାନଙ୍କୁ ଅଣଦେଖା ଓ ଆଦିବାସୀ ମାନଙ୍କ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ପ୍ରସଙ୍ଗକୁ ନିର୍ବାଚନ ପ୍ରସଙ୍ଗ କରି ଆଗାମି ପଂଚାୟତ ନିର୍ବାଚନରେ ରାଜ୍ୟ ସରକାରକୁ ତାର ଜବାବ ଦେବେ ବୋଲି ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ କହିଛନ୍ତି ।
ତ୍ରିସ୍ତରୀୟ ପଂଚାୟତ ରାଜ ନିର୍ବାଚନ ରେ ନୂଆପଡା ଜିଲ୍ଲାର ୧୪ ଗୋଟି ଜିଲ୍ଲାପରିଷଦ ଜୋନପାଇଁ ନାମାଙ୍କନ ପ୍ରକ୍ରିୟା ଏକପ୍ରକାର ଶେଷ ହୋଇଯାଇଛି l ୧୪ ଗୋଟି ଜିଲ୍ଲାପରିଷଦ ଜୋନରେ ବିଜେଡି, ବିଜେପି,କଂଗ୍ରେସ ନୂଆମୂହ ସହିତ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତ କରିବାପାଇଁ ଟିକେଟ ବଣ୍ଟନ କରୁଛନ୍ତି l ଅନ୍ୟପକ୍ଷେ ଜିଲ୍ଲାପରିଷଦ ପ୍ରାର୍ଥୀମାନେ ମଧ୍ୟ ସ୍ଥାନୀୟ ସମସ୍ୟାକୁ ନିଜ ନିଜ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ସମସ୍ୟାକୁ ନିର୍ବାଚନୀ ପ୍ରସଙ୍ଗ କରି ଏଥର ନିର୍ବାଚନ ରେ ବିଜୟୀ ହେଲାପରେ ସାଧାରଣ ଲୋକଙ୍କ ସମସ୍ୟାକୁ ପୂରଣ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।(ରିର୍ପୋଟ:ଶାମ୍ବ କୁମାର ସରାଫ)