ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ବର୍ତ୍ତମାନ ଦେଶର ପ୍ରାୟତଃ ରାଜ୍ୟରେ ନିର୍ବାଚନର ତାତି ରହିଥିବା ବେଳେ ନେତା ମାନେ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ନାନା ଉଦ୍ୟମ ଚଳାଇଛନ୍ତି। ତେବେ ପ୍ରତିବର୍ଷ ଇଣ୍ଡିଆ ଟୁଡେ ଦ୍ବାରା ଏମଓଟିଏନ କରାଯାଏ। ଯାହା ଦ୍ବାରା କେଉଁ ନେତା ମାନଙ୍କର ଲୋକପ୍ରିୟତା କେତେ ବଢ଼ିଛି ଆଉ କେତେ କମିଛି ତାହା ସୂଚନା ମିଳିଥାଏ। ଓଡିଶାର ମୋଟ ୨,୭୪୩ ର ପ୍ରାୟ ୭୧% ଉତ୍ତରଦାତା କହିଛନ୍ତି ଯେ ସେମାନେ ନବୀନ ପଟ୍ଟନାୟକ ଉପରେ ସନ୍ତୁଷ୍ଟ ଅଛନ୍ତି । ଏହାସହ ପଶ୍ଚିମବଙ୍ଗର ୪,୯୮୨ ଜଣ ଉତ୍ତରଦାତାର ୬୯.୯% ମମତା ବାନାର୍ଜୀଙ୍କ ପ୍ରଦର୍ଶନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ୬୭.୫% ଅନୁମୋଦନ ମୂଲ୍ୟାୟନ, ମହାରାଷ୍ଟ୍ରର ସିଏମ ଉଦ୍ଧବ ଠାକରେ ୬୧.୮%, କେରଳ ସିଏମ ପିନରାଇ ବିଜୟ ୬୧.୧%, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ୫୭.୯%, ଆସାମର ହିମନ୍ତ ବିଶ୍ବ ଶର୍ମା ୫୬.୬% ଏବଂ ଛତିଶଗଡ ସିଏମ ଭୂପେଶ ବଗେଲ ୫୧,୪% ରେ ରହିଛନ୍ତି। ତେବେ ସର୍ବମୋଟରେ ଦେଖିବାକୁ ଗଲେ ନବୀନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି।
ଏମଓଟିଏନ କ’ଣ?
ଏମଓଟିଏନ ହେଉଛି ଇଣ୍ଡିଆ ଟୁଡେ ଗ୍ରୁପ୍ ଦ୍ୱାରା ପରିଚାଳିତ ଦ୍ୱି-ବାର୍ଷିକ ଦେଶବ୍ୟାପୀ ଏକ ସର୍ଭେ । ମୁଡ୍ ଅଫ୍ ଦି ନେସନ୍ ସର୍ଭେର ଫଳାଫଳ ସାଧାରଣତ ପ୍ରତ୍ୟେକ ଜାନୁଆରୀ ଏବଂ ଅଗଷ୍ଟରେ ପ୍ରକାଶ ପାଇଥାଏ। ମୁଡ୍ ଅଫ୍ ଦି ନେସନ୍ ସର୍ଭେ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଜନସାଧାରଣଙ୍କ ମତାମତର ସଠିକ୍ ପ୍ରତିଫଳନ । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି ସର୍ଭେ ରାଜନୀତି, ଅର୍ଥନୀତି, ସମାଜ, କ୍ରୀଡା, ସିନେମା ଏବଂ ବୈଦେଶିକ ବ୍ୟାପାର ଉପରେ ଜାତୀୟ କାହାଣୀର ପରିବର୍ତ୍ତନକୁ କରିଆସୁଛି।