ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଆମକୁ ଆମ ଶରୀର ପାଇଁ ଧ୍ୟାନ ଦେବାକୁ ପଡିଥାଏ। ତେବେ ଆମ ମୁଖର ସୁନ୍ଦରତା ପାଇଁ କେଶ ର ସୁନ୍ଦରତା ମଧ୍ୟ ବହୁତ ଜରୁରୀ। ତେବେ କେଶକୁ ନେଇ ବହୁ ସମସ୍ୟା ଦେଖାଯାଉଛି। ଅକାଳରେ କେଶ ପାଚିବା , କେଶ ଅଧିକ ଝଡିବା , ଏଭଳି ଅନେକ ସମସ୍ୟା ହେଉଛି।ତେବେ ଆସନ୍ତୁ କିଛି ଘରୋଇ ଉପାୟ ଜାଣନ୍ତୁ ଯାହା ଦ୍ବାରା ଆପଣ କେଶ ଝଡିବାକୁ ରୋକିବାରେ ସାହର୍ଯ୍ୟ କରିବ
-
ଚାମଚ କଳା ଜିରା ଗୁଣ୍ଡ , ୧ ଚାମଚ ମେଥ୍ ଗୁଣ୍ଡକୁ ଲୁହା କଡ଼େଇରେ ନେଇ ଭଲରେ ମିଶାନ୍ତୁ । ସେଥିରେ ଅଧ ଚାମଚ ସୋରିଷ ତେଲ ଓ ଦହି ମିଶାଇବେ । ଭଲରେ ସବୁ ମିଶାଇବା ପରେ ଗୋଟିଏ ରାତି ଏହି ପ୍ୟାକ୍କୁ ସେହି ଲୁହା କଡ଼େଇରେ ରଖିବେ । ତହିଁ ଆରଦିନ ସକାଳୁ କେଶମୂଳରେ ଲଗାନ୍ତୁ । ଏହି ପ୍ୟାକ୍ ଶୁଖିବା ପରେ ଧୋଇବେ । ଲୁହା କଡ଼େଇର ତତ୍ତ୍ଵ କେଶକୁ ଶକ୍ତ କରିବା ସହ ଅକାଳରେ ପାଚିବା ମଧ୍ୟ କମ୍ କରେ ।
-
ପାଚିଲା କଦଳୀରେ ଅଳ୍ପ ମହୁ ଓ କ୍ଷୀର ମିଶାଇ ଭଲରେ ଗ୍ରାଇଣ୍ଡିଂ କରିନେବେ । ସେହି ପ୍ୟାକ୍କୁ କେଶରେ ଲଗାଇ ୨୦ ମିନିଟ୍ ପରେ ଶାମ୍ପୁ କରନ୍ତୁ । କଦଳୀ କେଶରେ ଲଗାଇବା କାରଣରୁ କେଶକୁ ଧୋଇବା ସମୟରେ ସାମାନ୍ୟ ଅସୁବିଧା ହୋଇପାରେ । କିନ୍ତୁ ଏହା କେଶ ଝଡ଼ାକୁ କମ୍ କରେ ।