ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ମନ କଥା କହିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାଁନ୍ତି, ବିଶେଷତ ଯେତେବେଳେ ତାଙ୍କ ଜୀବନର ଅନୁଭୂତି ବାଣ୍ଟିବାକୁ ଆସେ। ସମ୍ମାନଜନକ ଅଲ ଇଣ୍ଡିଆ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା (AIEEE) ରେ ସପ୍ତମ ମାନ୍ୟତା ଠାରୁ ଆରମ୍ଭ କରି ଛୋଟ ପରଦାରୁ ବି-ଟାଉନର ସର୍ବୋତ୍ତମ ଅଭିନେତା ଭାବରେ ଉଭା ହେବା ପର୍ଯ୍ୟନ୍ତ, ସ୍ୱପ୍ନ ଦେଖିବା ପାଇଁ ସାହସ କରୁଥିବା ଅନେକଙ୍କ ପାଇଁ ଶୁଶାନ୍ତ ସିଂର ଜୀବନ ଏକ ଉଦାହରଣଠାରୁ କମ୍ ନୁହେଁ । ତାଙ୍କ ୩୬ ତମ ଜନ୍ମ ବାର୍ଷିକୀ ପୂର୍ବରୁ, ଆସନ୍ତୁ ଦେଖିବା ଜୀବନ, ସ୍ୱପ୍ନ, ଆଶା ଏବଂ ଅନ୍ୟାନ୍ୟ ବିଷୟ ଉପରେ ତାଙ୍କର କିଛି ଭାବପ୍ରବଣ ଉଦ୍ଧୃତି ଯାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଛି ଆସନ୍ତୁ ଏହା ଉପରେ ନଜର ପକାଇବା
-
ବାସ୍ତବକୁ ଜାଣ:ତୁମେ ଯାହା ହାସିଲ କରିଛ, ତୁମେ କ’ଣ ହେବାକୁ ଇଚ୍ଛା କରୁଛ, କିମ୍ବା ତୁମେ କେତେ ପ୍ରସିଦ୍ଧ ଏବଂ ଶକ୍ତିଶାଳୀ ହୁଅ, ସେଥିପ୍ରତି ଗୁରୁତ୍ୱ ଦିଅ ନାହିଁ, ତୁମର କାର୍ଯ୍ୟ ଏବଂ ତୁମର ଆଖପାଖରେ ଥିବା ଲୋକ ମାନଙ୍କ ପାଇଁ ତୁମେ ତୁମର ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉତ୍ସାହର ସହ ଲିଭାଇ ପାରୁଛ କି ନାହିଁ ସେଇଟା ସବୁଠାରୁ ବଡ।
-
ସବୁଠାରୁ ଭଲ କଥା ହେଉଛି ପରିସ୍ଥିତିକୁ ଗ୍ରହଣ କରିବା, ତାହାକୁ ବ୍ୟକ୍ତିଗତ ଭାବେ ଗ୍ରହଣ ନକରିବା, ସେମାନଙ୍କ ସହିତ କାରବାର କରିବା, ଅଭିଯୋଗ ବନ୍ଦ କରିବା ଏବଂ ସବୁସ୍ଥାନରେ ନିଜର ଶ୍ରେଷ୍ଠତା ପ୍ରଦାନ କରିବା ତୁମର ଜୀବନର ଲକ୍ଷ୍ୟ ହେବା ଉଚିତ।
-
ତୁମର ଯାହା ବି ସ୍ୱପ୍ନ ଅଛି, ନିଶ୍ଚିତ ହୁଅ ଯେ ଏହା ଘଟିବ, ଏବଂ ତୁମେ ବର୍ତ୍ତମାନକୁ ଆସି ନିଜର ୧୦୦ ପ୍ରତିଶତ ଦେବା ଦରକାର। ତେବେ ହିଁ ଆପଣ ଖୁସି ହୋଇପାରିବ।
-
ସୁଖର ନିକଟତମ ସମକକ୍ଷ ହେଉଛି ଉତ୍ସାହ, ପ୍ରତ୍ୟକ କାର୍ଯ୍ୟ କୁ ଉତ୍ସାହର ସହ କରିବାକୁ ଇଚ୍ଛା କର। ଆଉ କୌଣସି ବିଷୟରେ ଚିନ୍ତା କରୁନ୍ତି ନାହିଁ ।
ତେବେ ଏହି ଅଭିନେତାଙ୍କର ଜନ୍ମ ବାର୍ଷିକୀରେ ବଲିଉଡ ଜଗତର ବହୁ ଅଭିନେତା ଏହି ମହାନ କଳାକାରଙ୍କୁ ମନେପକାଇଛନ୍ତି।