ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ:କୋରିଓଗ୍ରାଫର-ଚଳଚ୍ଚିତ୍ର ନିର୍ମାତା ରେମୋ ଡି’ସୁଜାଙ୍କ ଶଢ଼ୁ ଜେସନ ୱାଟକିନ୍ସ ଗୁରୁବାର ମୁମ୍ବାଇର ମିଲାଟ ନଗରସ୍ଥିତ ତାଙ୍କ ବାସଭବନରେ ମୃତଦେହ ମିଳିଛି। ଏହି ସୂଚନା ଜଣେ ପୋଲିସ ଅଧିକାରୀ ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଘର ଭିତରୁ ତାଙ୍କର ମୃତ ଦେହ ମିଳିଛି , ସେ ନିଜକୁ ଫାଶୀ ଲଗାଇଥିବା ଆତ୍ମହତ୍ୟା କରିଥିବାର ସୂଚନାମିଳୁଛି।
ସେ କହିଛନ୍ତି ଯେ ୪୨ ବର୍ଷୀୟା କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଯାହା ହୁଏତ ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ପ୍ରେରିତ କରିଥାଇପାରେ, କିନ୍ତୁ ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନଥିଲା। ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ୱାଟକିନ୍ ସେହି ସମୟରେ ତାଙ୍କ ଫ୍ଲାଟରେ ଏକୁଟିଆ ଥିଲେ। ଏହି ଘଟଣାଟି ଘଟିବା ସମୟରେ ତାଙ୍କ ପିତାମାତା ଔଷଧ କିଣିବାକୁ ବାହାରକୁ ଯାଇଥିଲେ ଏବଂ ଫେରିବା ପରେ ସେମାନେ ତାଙ୍କୁ ଫାଶୀରେ ଝୁଲୁଥିବାର ଦେଖିଥିଲେ।
ଏହାପରେ ସେମାନେ ପୋଲିସକୁ ଜଣାଇଥିଲେ ଏବଂ ୱାଟକିନ୍ସଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଆଡମିଶନ ପୂର୍ବରୁ ହିଁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରାଥମିକ ସୂଚନା ଆଧାରରେ, ଓଶିୱାରା ପୋଲିସ କୌଣସି ସନ୍ଦେହଜନକ ଘଟଣା ନ ଥିବାରୁ ଏହି ଘଟଣାଟିକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ (ADR) ପଞ୍ଜିକରଣ କରିଛି ବୋଲି ସେ କହିଛନ୍ତି।