ସନଷ୍ଟାର ଟିଭି ବ୍ୟୁରୋ

ୱାଶିଂଟନ୍: ଆମେରିକାର ଗାୟକ ତଥା ଅଭିନେତା ମେଟ୍ ଲୋଫ୍ ତାଙ୍କର "ବ୍ୟାଟ୍ ଆଉଟ୍ ଅଫ୍ ହେଲ୍" ଆଲବମ୍ ପାଇଁ ବହୁ ପ୍ରସିଦ୍ଧ ଲାଭ କରିଥିଲେ। ତେବେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି। ଏକ ବିବୃତ୍ତି ଅନୁଯାୟୀ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ତାଙ୍କ ଫେସବୁକ ପୃଷ୍ଠାରେ ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁ ବେଳକୁ ସେ ତାଙ୍କ ପତ୍ନୀଙ୍କ ପାଖରେ ଶୋଇଥିଲେ ଯେଉଁଥିରୁ ସୂଚନାମିଳୁଛି କି ତାଙ୍କର ଦେହାନ୍ତ ହୋଇଥିବାର କାରଣ ହୃଦଘାତ ହୋଇଥାଇପାରେ। ତେବେ ଏହି ଘଟଣାଟି ପ୍ରକାଶ ହେବା ପରେ ସାରା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବହୁ ପ୍ରଶଂସକ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।