ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ଲତା ମଙ୍ଗେଶକରଙ୍କୁ କୋଭିଡରେ ପଜିଟିଭ୍ ପରୀକ୍ଷା କରାଯିବା ପରେ ତାଙ୍କ ସ୍ବାସ୍ୟ ଅବସ୍ଥାରେ ଜଟିଳତା ଅନୁଭବ କରିଥିଲେ। ଯାହା ପାଇଁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ଭର୍ତ୍ତି ହେବାର ପ୍ରାୟ ୧୦ ଦିନ ବିତିଗଲାଣି । ରିପୋର୍ଟ ହୋଇଥିଲା ଯେ ଲତାଙ୍କୁ କୋଭିଡ ସହିତ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ସେବେଠାରୁ ସେ ଆଇସିୟୁରେ ଥିଲେ। ସୂଚନାଅନୁଯାୟୀ ଲତା ମଙ୍ଗେଶକରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକଗୁଡ଼ିଏ ଖବର ପ୍ରକାଶ ପାଇଥିବାବେଳେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ଆଇସିୟୁରେ ଅଛନ୍ତି। ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାର ଡକ୍ଟର ପ୍ରତୀତ କହିଛନ୍ତି ଯେ ଲତା ମଙ୍ଗେଶକର ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ମଧ୍ୟ ଜଟିଳ ଅଛି। ସେ ଏବେ ଭି ଆଇସିୟୁ ରେ ଅଛନ୍ତି। ଡାକ୍ତରମାନେ ଲତାଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଥିବା ବେଳେ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମାରାତ୍ମକ ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖିବା ପରେ ଲତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବୃଦ୍ଧାବସ୍ଥାକୁ ଦୃଷ୍ଟିରେ ରଖି ସେ ଆଇସିୟୁରେ ରହିବେ ବୋଲି ସୂଚନାଦିଆଯାଇଥିଲା।