ସନଷ୍ଟାର ଟିଭି ବ୍ୟୁରୋ
ଲାହୋର:ଗୁରୁବାର ଦିନ ପାକିସ୍ତାନର ଲାହୋରର ଏକ ବ୍ୟସ୍ତବହୁଳ ସପିଂ ବଜାରରେ ବୋମା ବିସ୍ଫୋରଣ ପରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି ବୋଲି ପୋଲିସ କହିଛି। ଲାହୋର ପୋଲିସର ମୁଖପାତ୍ର ରାଣା ଆରିଫ ନ୍ୟୁଜ୍ ଏଜେନ୍ସି କୁ କହିଛନ୍ତି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଏକ ମୋଟରସାଇକେଲରେ ଳଗାଯାଇଥିବା ସମୟ ନିୟନ୍ତ୍ରିତ ବୋମା ଯାହା ବିସ୍ଫୋରଣର କାରଣ ।
ଏହି ବିସ୍ଫୋରଣରେ ଲାହୋରର ପ୍ରସିଦ୍ଧ ଅନରାକାଲୀ ବଜାରରେ ପାନ ମାଣ୍ଡି ଠାରେ ନିକଟସ୍ଥ ଦୋକାନ ଏବଂ କୋଠାଘରର ଝରକା ଭାଙ୍ଗିଥିବାର ସୂଚନାମିଳିଛି ଯେଉଁଠାରେ ଭାରତୀୟ ଦ୍ରବ୍ୟ ବିକ୍ରି କରାଯାଏ। ଏଯାଏଁ ଏହା ପଛରେ କିଏ ରହିଛି ତାହା ଜଣାପଡିନାହିଁ କିନ୍ତୁ ଡିସେମ୍ବର ମାସରୁ ପୋଲିସ ବିରୋଧରେ ଅନେକ ବିସ୍ଫୋରଣ ଏବଂ ଆକ୍ରମଣ ହୋଇଚାଲିଛି।
ଆମେ ବିସ୍ଫୋରଣର କାରଣ ଅନୁସନ୍ଧାନ କରୁଛୁ । ବିସ୍ଫୋରଣ ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ବିସ୍ଫୋରଣ ସ୍ଥଳରେ ପହଞ୍ଚି ଡେପୁଟି ଇନ୍ସପେକ୍ଟର ଜେନେରାଲ ପୋଲିସ ଅପରେସନ୍ ଡ ମହମ୍ମଦ ଆବିଦ୍ ଗଣମାଧ୍ୟମକୁ କହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କିଛି ଆତକଙ୍କ ଅବସ୍ଥା ଗୁରୁତର ଅଛି। ବିସ୍ଫୋରଣରେ ଅନେକ ମୋଟରସାଇକେଲ ଏବଂ ବିକ୍ରେତାଙ୍କ ଷ୍ଟଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣ ପରେ ପୁରା ଅନାରକଲୀ ବଜାର ବନ୍ଦ ରହିଛି।