ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ଢ଼ିଙ୍କିଆରେ ଚାଲି ରହିଥିବା ଉତ୍ତେଜନାକୁ ରୋକିବାକୁ ନେଇ ଆଜି ସମସ୍ତ ବିରୋଧୀ ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ବିରୋଧୀଙ୍କ କହିବାନୁସାରେ ରାଜ୍ୟ ସରକାର ପୋଲିସ ଫୋର୍ସ ସାହାର୍ଯ୍ୟରେ ଢ଼ିଙ୍କିଆ ଲୋକ ମାନଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ଜୋରଜବରଦସ୍ତ ଭୂମିହୀନ କରିବାକୁ ଚକ୍ରାନ୍ତ ଚଳାଇଛି। ପୋଲିସ ଦ୍ବାରା ହୋଇଥିବା ଲାଠି ଚାର୍ଜରେ ବହୁ ଲୋକ ଆହତ ହୋଇଥିବା ବେଳେ ଏଥିରେ ମହିଳା ମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। ପୋଲିସ ମାନେ ଢ଼ିଙ୍କିଆବାସୀଙ୍କ ସହ ଏପରି ବ୍ୟବହାର କରୁଛନ୍ତି ଯେପରି ସେମାନେ ଏହି ଦେଶର ଶତ୍ରୃ। ପୋଲିସର ଭୟାବହତାକୁ ଦେଖି ଢ଼ିଙ୍କିଆଗ୍ରାମର ସବୁ ପୁରୁଷ ମାନେ ଭୟରେ ଗ୍ରାମ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏହାସହ ୧୫ ଜାନୁୟାରୀ ରେ ଏସକେଏମ ର କିଛି କର୍ମୀ ସେଠାକର ସ୍ଥିତି ପରଖିବାକୁ ଯାଇଥିଲେ ଯେଉଁଥିରେ ସେମାନେ ମଧ୍ୟ ପୋଲିସ ଲାଠିର ଶୀକାର ହୋଇଥିଲେ। ଲୋକମାନେ ସେଠାରେ ପୋଲିସର ଆତଙ୍କ ଭିତରେ ବନ୍ଦୀହୋଇ ରହିଛନ୍ତି। ଏହାସହ ପ୍ରକଳ୍ପ ବିରୋଧୀ ନେତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ତେଣୁ ସମସ୍ତ ବିରୋଧୀ ଦାବି କରିଛନ୍ତି ଯେ ଯଥା ଶୀଘ୍ର ଢ଼ିଙ୍କିଆ ରୁ ପୋଲିସ ଫୋର୍ସକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଉ। ଯାହ ଫଳରେ ସେଠାକାର ଲୋକମାନେ ଶାନ୍ତିରେ ଅବସ୍ଥାନ କରିପାରିବେ। ଏହାସହ ଯେଉଁ ପ୍ରକ୍ଳପ ବିରୋଧୀ ନେତା ମାନଙ୍କୁ ପୋଲିସ ଗିରଫ କରିଛି ସେମାନଙ୍କୁ ଶୀଘ୍ର ଛଡା ଯାଉ ବୋଲି ବିରୋଧୀଙ୍କ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।(ରିର୍ପୋଟ:ଆଶିଷ କୁମାର ରାଉତ)