ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ:ପୂର୍ବତନ ସରପଞ୍ଚଙ୍କ ଦାଦାଗିରି। ବନ ଶ୍ରମିକ ସ୍ଥାନାନ୍ତର ବିବାଦକୁ ନେଇ ସାଟାରାର ପାଲାସୱାଡେରେ ଜଣେ ପୁରୁଷ ଏବଂ ତାଙ୍କ ପତ୍ନୀ ଜଣେ ମହିଳା ଫରେଷ୍ଟ ରେଞ୍ଜରଙ୍କୁ ମାଡମାରୁଥିବାର ଘଟଣା ସମ୍ନାକୁ ଆସଛି। ତେବେ ସୂଚନାମୁତାବକ ମାଡମାରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ପୂର୍ବତନ ସରପଞ୍ଚ ଏବଂ ସ୍ଥାନୀୟ ଜଙ୍ଗଲ କମିଟିର ସଦସ୍ୟ ଏବଂ ଯାହାକୁ ମାଡ ମରାଯାଇଛି ସେ ହେଉଛନ୍ତି ସେଠାକାର ମହିଳା ଫରେଷ୍ଟ ରେଞ୍ଜର। ଅଭିଯୋଗ ମୁତାବକ ମହାରାଷ୍ଟ୍ରର ସାଟାରା ର ପାଲାସୱାଡେ ଗାଁ କାର୍ଯ୍ୟରତ ଥିବା ମହିଳା ଫରେଷ୍ଟ ରେଞ୍ଜରଙ୍କୁ ସେଠାକାର ପୂର୍ବତନ ସରପଞ୍ଚ ଚାକିରି କରିବା ଦିନଠାରୁ ଧମକ ଦେଇଥିଲେ। ଏହାସହ ତାଙ୍କୁ ଟଙ୍କା ମଧ୍ୟ ମାଗିଥିଲେ। କିନ୍ତୁ ମହିଳା ଫରେଷ୍ଟ ରେଞ୍ଜର ଜଣକ ଟଙ୍କା ଦେବା ପାଇଁ ମନା କରୁଥିବାରୁ ଏହି ବିବାଦ ଉପୁଜିଥିଲା। ସେ ଗତ ୧୯ ତାରିଖ ଦିନ କାମର ସାରି ଫେରୁଥିବା ସମୟରେ, ପୂର୍ବତନ ସରପଞ୍ଚ ତାଙ୍କ ଉପରେ ଆକ୍ରମଣ କରିଥିଲେ,ଏବଂ ତାଙ୍କ ସ୍ୱାମୀଙ୍କୁ ଚପଲରେ ପିଟିଥିଲେ ବୋଲି କହିଛନ୍ତି ମହିଳା ଫରେଷ୍ଟ ରେଞ୍ଜର ସିନ୍ଧୁ ସାନପ। ଏହାପରେ ସେ ମହିଳା ଫରେଷ୍ଟ ରେଞ୍ଜର କୁ ମଧ୍ୟ ଆକ୍ରମଣ କରିଥିଲେ। ମହିଳା ଫରେଷ୍ଟ ରେଞ୍ଜର ତିନି ମାସର ଗର୍ଭବତୀ ମଧ୍ୟଥିଲେ। ଏହା ସତ୍ତ୍ବେ ଜଣେ ମହିଳା କର୍ମଚାରୀଙ୍କ ଉପରେ ଏଭଳି ମାଡମାରିବା ଏକ ନିନ୍ଦନୀୟ କାର୍ଯ୍ୟ । ଏହି ବିବାଦ ପରେ ପୋଲିସ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ବାସ୍ତବରେ ଜଣେ ମହିଳା ଏଠାରେ କେତେ ସୁରକ୍ଷିତ। ପ୍ରଶାସନର ଭୟ ଥିଲେ ପୂର୍ବତନ ସରପଞ୍ଚ ଏପରି ଦୁଃସାହସ କରିଥାନ୍ତେ ବା କିପରି ? ତେବେ କଣ ପ୍ରଶାସନ ମଧ୍ୟ ପୂର୍ବତନ ସରପଞ୍ଚଙ୍କ ଦାଦାଗିରି କୁ ଡରୁଛନ୍ତି ? ତେବେ ବର୍ତ୍ତମାନ ଏହି ଘଟଣାରେ ଜଣେ ମହିଳା ଫରେଷ୍ଟ ରେଞ୍ଜରଙ୍କୁ କେଉଁ ପ୍ରକାର ନ୍ୟାୟ ମିଳୁଛି ତାହା ଦେଖିବା ବାକି ରହିଲା।