ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ରାଜ୍ୟରେ ବର୍ତ୍ତମାନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷପ ମଧ୍ୟ ନେଉଛନ୍ତି। ରାଜ୍ୟରେ ଟିକାକରଣ ପ୍ରକିୟାକୁ ତ୍ବରାନିତ କରାଯାଇଛି। ଏହାସହ ରାଜ୍ୟରେ ଟେଷ୍ଟିଙ୍ଗ ପ୍ରକ୍ରିୟା ମଧ୍ୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କେବଳ ଦେଶରେ ନୁହେଁ ବର୍ତ୍ତମାନ ରାଜ୍ୟରେ ମଧ୍ୟ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଧ୍ୟାନରେ ରଖି ରାଜ୍ୟସରକାର ଓମିସିୟର କିଟ ଅର୍ଡର କରିଛନ୍ତି। ଯାହା ଦ୍ବାରା ଅତି ସହଜ ଉପାୟରେ ଓମିକ୍ରନ ଟେଷ୍ଟକରାଯାଇ ପାରିବ। ଏହାସହ ଏହି କିଟ ମାଧ୍ୟମରେ ଆଉ କୌଣସି କୋଭିଡ ଲକ୍ଷଣ ଥିଲେ ମଧ୍ୟ ତାହା ଜାଣି ହେବ ବୋଲି ସୂଚନା ମିଳିଛି। ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୫ଲକ୍ଷ କିଟ ଅର୍ଡର କରିଛନ୍ତି। ଯେଉଁଥିରୁ ବର୍ତ୍ତମାନ ୩୦ହଜାର କିଟ ଆସି ପହଞ୍ଚିଛି। ସୂଚନାମୁତାବକ ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଟାଟା ଏହି କିଟ ପ୍ରସ୍ତୁତ କରିଛି। ଟାଟା ଦ୍ବାରା ପ୍ରସ୍ତୁତ ଏହି ଓମିସିୟର କିଟ ଆଇସିଏମ ସିକୃତି ପ୍ରାପ୍ତ। ତେବେ ପ୍ରଥମ ପର୍ଯ୍ୟାୟରେ ୩୦ହଜାର କିଟ ଓଡିଶାକୁ ଆସିଛି। ଆଗକୁ ଅଧିକ ମାତ୍ରାରେ ଏହା ଓଡିଶାକୁ ଆସବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। (ରିର୍ପୋଟ:ଚନ୍ଦନ କୁମାର ମାଇତି)