ସନଷ୍ଟାର ଟିଭି ବ୍ୟୁରୋ
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ନା ଯାଦବ ବୁଧବାର ଦିନ ବିଜେପିରେ ଯୋଗଦେଇଛନ୍ତି। ଯୁପିରେ ବଢ଼ିଲା ବିଜେପିର ବଳ। ଗତ ସପ୍ତାହରେ ବିଜେପିରୁ ବହୁ ନେତା ପଦ ଝାଡିଥିବା ବେଳେ ଅପର୍ନା ଯାଦବ ବିଜେପିରେ ମିଶିଛନ୍ତି। ଅପର୍ନା ଯାଦବ ଅତୀତରେ ବିଜେପି ସରକାରଙ୍କ କିଛି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ ଯେଉଁଥିରୁ ସୂଚନା ମିଳିଥିଲା ଯେ ସେ ଆଗକୁ ଯାଇ ବିଜେପିରେ ମିଶି ପାରନ୍ତି ବୋଲି । ଏହା ସହ ସେ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଥିଲେ। ତେବେ ଅପର୍ନା ଯାଦବ ହେଉଛନ୍ତି ମୁଲାୟମ ସିଂଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁତ୍ର ପ୍ରତୀକ ଯାଦବଙ୍କ ପତ୍ନୀ। ଅପର୍ନା ଏବଂ ପ୍ରତୀକ ୨୦୧୧ରେ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ଝିଅ ଅଛି।