ସନଷ୍ଟାର ଟିଭି ବ୍ୟୁରୋ
ବେଲାଗାଭି:ଦେଶରେ କୋଭିଡର ମାମଲା ଏବଂ ଏହାର ପ୍ରସାରକୁ ରୋକିବା ପାଇଁ ଅନେକ ସରକାରୀ ପ୍ରତିବନ୍ଧକ ଜାରି କରିଛନ୍ତି ପ୍ରଶାସନ। କିନ୍ତୁ ଏହା ମଧ୍ୟରେ କର୍ଣ୍ଣାଟକ ଜଣେ ମନ୍ତ୍ରୀ ଉମେଶ କଟ୍ଟି ଏକ ସାଧାରଣ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧି ନଥିବାର ଦେଖାଯାଇଥିଲେ। ଗଣମାଧ୍ୟମ ଏହାକୁ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାରୁ ସେ ଉତ୍ତରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମାସ୍କ ପିନ୍ଧିବା ହେଉଛି ଏକ ବ୍ୟକ୍ତିଗତ ଦାୟିତ୍।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ ଏବଂ ଏହା (ଫେସ୍ ମାସ୍କ ପିନ୍ଧିବା) ପିନ୍ଧିବା ଜଣେ ବ୍ୟକ୍ତିର ଦାୟିତ୍ବ ଅଟେ। ଯିଏ ମାସ୍କ ପିନ୍ଧିବାକୁ ଇଚ୍ଛା କରୁଛନ୍ତି ସେ ପିନ୍ଧିବ। ମୁଁ ଏହାକୁ ପିନ୍ଧିବାକୁ ଆଗ୍ରହୀ ନୁହେଁ ତେଣୁ ମୁଁ ଏହା ପିନ୍ଧିନାହିଁ। ଏହା ହେଉଛି ମୋର ବ୍ୟକ୍ତିଗତ ନିଷ୍ପତ୍ତି। ଏହି ମନ୍ତବ୍ୟ କର୍ଣ୍ଣାଟକ ମନ୍ତ୍ରୀ ମଙ୍ଗଳବାର ଦିନ ଗଣମାଧ୍ୟମକୁ କହିଛନ୍ତି। ଉମେଶ କଟ୍ଟୀ ହେଉଛନ୍ତି ଜଣେ ବିଜେପି ନେତା। ସେ ବର୍ତ୍ତମାନର ଖାଦ୍ୟ, ନାଗରିକ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ଏବଂ ଜଙ୍ଗଲ ମନ୍ତ୍ରୀ ଅଛନ୍ତି। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କର୍ଣ୍ଣାଟକରେ ଏବଂ ସାରା ଦେଶରେ କୋଭିଡର ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେବେ ସୂଚନାମୁତାବକ ମଙ୍ଗଳବାର କର୍ଣ୍ଣାଟକରେ ୪୧,୪୫୭ ନୂତନ କୋଭିଡ ମାମଲା ରିପୋର୍ଟ ମିଳିଛି।ତେବେ ଏହି ସମୟରେ ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ନିହାତି ଭାବରେ ବଡ ଜନଅସନ୍ତୋଷ ସୃଷ୍ଟି କରିଛି।