ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଅଘଟଣ। ୩୩ ବର୍ଷୀୟ ବୟସ୍କା ମହିଳା ଏବଂ ତାଙ୍କର ଚାରି ପିଲାଙ୍କୁ ପଡ଼ୋଶୀ ମାନେ ମୃତ ଅବସ୍ଥାରେ ପାଇଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସେମାନେ ନିଜ କୋଠରୀରେ ଥିବା ଅଗ୍ନିକାଣ୍ଡରୁ ବିଷାକ୍ତ ଧୂଆଁ ରେ ତାଙ୍କର ମୃତ ହୋଇଥିବାର ସନ୍ଦେହ କରାଯାଉଛି ।
ଦିଲ୍ଲୀ ପୋଲିସ ANI କୁ କହିଛି ଯେ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, “ଶାହାଦାର ସୀମାପୁରୀ ଅଞ୍ଚଳରେ ଜଣେ ମହିଳା ଏବଂ ତାଙ୍କ ଚାରି ପିଲାଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ମିଳିଥିଲା; ମୃତ୍ୟୁର କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ଚାଲିଛି। ରିର୍ପୋଟ ଆସଲା ପରେ ହିଁ ସତ କଥା ସାମ୍ନାକୁ ଆସିବ ବୋଲି ଜଣା ପଡିଛି। ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି।