ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମହାଭାରତ ସିରିଜରେ ଶ୍ରୀକୃଷ୍ଣ ଅଭିନୟ କରିବା ପରେ ଏକ ଘରୋଇ ନାମ ପାଲଟିଥିବା ପ୍ରସିଦ୍ଧ ଅଭିନେତା ନୀତୀଶ ଭରଦ୍ୱାଜ ତାଙ୍କ ପତ୍ନୀ ସ୍ମିତା ଗେଟ୍ ଠାରୁ ଅଲଗା ହୋଇଛନ୍ତି। ୧୨ ବର୍ଷ ସମ୍ପର୍କରେ ଫାଟ ପଡିଛି ବୋଲି ସୂଚନାମିଳୁଛି।
ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ନୀତୀଶ ଭରଦ୍ୱାଜ କହିଛନ୍ତି, ହଁ, ମୁଁ ସେପ୍ଟେମ୍ବର ୨୦୧୯ରେ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲି। ଆମେ କାହିଁକି ପୃଥକ ହୋଇଛୁ ତାହା ଜଣାଇବାକୁ ଚାହୁଁନି। ମୁଁ କେବଳ ଏତିକି କହିପାରେ ଛାଡପତ୍ର ସହଜ ନୁହେଁ। ଏହାସହିତ ବଞ୍ଚିବା ମୃତ୍ୟୁ ଅପେକ୍ଷା ଅଧିକ ଯନ୍ତ୍ରଣାଦାୟକ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ସାଧାରଣତଃ ବିବାହ ବିଷୟରେ କଥାବାର୍ତ୍ତା କରି ସେ କହିଥଲେ, “ମୁଁ ଏହି ଅନୁଷ୍ଠାନରେ ଜଣେ ଦୃଢ଼ ବିଶ୍ବାସୀ, କିନ୍ତୁ ମୁଁ ଭାଗ୍ୟଶାଳୀ ନୁହେଁ। ସାଧାରଣତଃ ବିବାହ ଭାଙ୍ଗିବାର କାରଣ ଅସୀମ ହୋଇପାରେ, ବେଳେବେଳେ ଏହା ଆପୋଷ ବୁଝାମଣା ମଧ୍ୟ ଆପଣ କହି ପାରିବେ। କିନ୍ତୁ ଗୋଟିଏ ପରିବାର ଭାଙ୍ଗିବା ସମୟରେ ପିଲାମାନେ ଅଧିକ ଯନ୍ତ୍ରଣା ଭୋଗନ୍ତି । ଏଥିରେ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପଡିଥାଏ। ସୂଚନାମୁତାବକ ନୀତୀଶଙ୍କ ପତ୍ନୀ ଜଣେ ଆଇଏଏସ୍ ଅଧିକାରୀ ଏବଂ ଏହି ଦମ୍ପତିଙ୍କର ଯାଆଁଳା ଝିଅ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ନିଜ ମାଙ୍କ ସହ ଇନ୍ଦୋରରେ ରହୁଛନ୍ତି। ନୀତୀଶଙ୍କ ଏହା ଦ୍ବିତୀୟ ବିଭାହ ଥିଲା ଏହା ପୂର୍ବରୁ ସେ ୧୯୯୧ ରୁ ୨୦୦୫ ପର୍ଯ୍ୟନ୍ତ ମୋନିଶା ପାଟିଲଙ୍କ ସହ ସମ୍ପର୍କରେ ରହିଥିଲେ। ଏହାପରେ ୨୦୦୯ ମସିହାରେ ସ୍ମିତାଙ୍କୁ ବିବାହ କରିଥିଲେ।