ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଅଭିନେତା ଧନୁଷ ଆଜି ଘୋଷଣା କରିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ଦୁଇଜଣ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୮ ବର୍ଷ ପରେ ଅଲଗା ହେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍ ଗାୟିକ। ଉଭୟ ତାଙ୍କ ଇଷ୍ଟାଗ୍ରାମ ରେ ଏନେଇ ପୋଷ୍ଟ କରିଛନ୍ତି। ସୂଚନାମୁତାବକ ଧନୁଷ ଏବଂ ଐଶ୍ୱର୍ଯ୍ୟା ୧୮ ନଭେମ୍ବର ୨୦୦୪ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର (ଯତ୍ର ଏବଂ ଲିଙ୍ଗା) ଦୁଇଟି ପୁତ୍ର ମଧ୍ୟ ଅଛନ୍ତି।
ଧନୁଷଙ୍କୁ ଶେଷ ଥର ପାଇଁ ସାରା ଅଲି ଖାନ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଅତ୍ରଙ୍ଗି ରେ ଦେଖିବାକୁ ମିଳିଥିଲା । ତେବେ ବିଚ୍ଛେଦର କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ଦୁହେଁ ଭିନ୍ନ ପଥରେ ଯିବାକୁ ଚାହୁଁଥିବାର ଉଲ୍ଲେଖ କରିଛନ୍ତି।