ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି କର୍ମୀ। ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡିର ୬ଜଣିଆ ଟିମ। ତେବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ବିଜେପି ଆଚରଣବିଧି ଉଲଙ୍ଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ କମଶନଙ୍କ ପାଖରେ ଏକ ଦାବି ପାତ୍ର ଦେଛି ବିଜେଡି।
ବିଜୁ ଜନତା ଦଳର ଏହି କମିଟିରେ ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର , ରାଜ୍ୟ ପ୍ରବକ୍ତା ଲେଲିନ ମହାନ୍ତି , ପ୍ରବକ୍ତା ସୁଲତା ଦେଓ , ଇପ୍ସିତା ସାହୁ ଏବଂ ଶ୍ରୀମୟୀ ମିଶ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ହୋଡ଼ିଂ , ବ୍ୟାନରଏବଂ ପୋଷ୍ଟର ବିଭିନ୍ନ ସ୍ଥାନରେ ଲାଗିରହିଛି। ଯାହା ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବୋଲି ବିଜେଡ଼ି ଅଭିଯୋଗ କରିଛି । ତେଣୁ ଏହି ହୋଡିଙ୍ଗକୁ ରାଜଧାନୀର ବିଭିନ୍ନ ସ୍ଥାନରୁ ହଟାଇବା ପାଇଁ ଦଳ ଦାବି କରିଛି। (ରିର୍ପୋଟ:ଆଶିଷ କୁମାର ରାଉତ)