ସନଷ୍ଟାର ଟିଭି ବ୍ୟୁରୋ
ଲଣ୍ଡନ:ଯଦି ଆପଣଙ୍କୁ କେହି ଧାଡିରେ ଛିଡା ହେବା ପାଇଁ କହିବେ ଆପଣ ଛିଡା ହେବେ କି? କିନ୍ତୁ ଯଦି କିଛି ସମୟ ଛିଡା ହେବା ପାଇଁ ଯଦି କିଏ ଆପଣଙ୍କୁ ଟଙ୍କା ଦେବ ଆପଣ ଛିଡା ହେବେ କି ନାହିଁ। ଠିକ ଏହି ବ୍ୟବସାୟ ଚାଲିଛି ଲଣ୍ଡନରେ। ବାସ୍ତବରେ କହିବାକୁ ଗଲେ ଲଣ୍ଡନରେ ବସବାସ କରୁଥିବା ଧନୀ ବ୍ୟକ୍ତି ମାନେ ଧାଡିରେ ଛିଡା ହେବାକୁ ପସନ୍ଦ କରନ୍ତି ନାହିଁ। ସେହିପରି ଧନୀ ବ୍ୟକ୍ତି ମାନଙ୍କ ପାଇଁ ଧାଡିରେ କେବଳ ଛିଡା ହୋଇ ଜଣେ ବ୍ୟକ୍ତି ଗୋଟିଏ ଦିନରେ ୧୬୦ ପାଉଣ୍ଡ ରୋଜଗାର କରିଛନ୍ତି।
୩୧ ବର୍ଷିୟା ଫ୍ରେଡି ବେକିଟ୍ କହିଛନ୍ତି ଯେ ସେ ଲଣ୍ଡନରେ ରୁହନ୍ତି। ସେ ଧାଡିରେ ଛିଡା ହେବା ପାଇଁ ଘଣ୍ଟାକୁ ୨୦ ପାଉଣ୍ଡ ମାଗିଥାଆନ୍ତି। ତାଙ୍କର କାମ ହେଉଛି ପ୍ରସିଦ୍ଧ ଇଭେଣ୍ଟ ଗୁଡିକର ଟିକେଟ୍ ପାଇଁ ଧାଡିରେ ଛିଡା ହେବା। ଯେଉଁମାନଙ୍କ ପାଖରେ ଟଙ୍କା ଅଛି କିନ୍ତୁ ପର୍ଯ୍ୟାପ୍ତ ସମୟ ନାହିଁ ସେମାନେ ଧାଡିରେ ଲୋକଙ୍କୁ ଛିଡା କରିଥାଆନ୍ତି।
ତଥାପି, ଏମିତି କିଛି ସମୟ ଅଛି ଯେତେବେଳେ ଶ୍ରୀ ବେକିଟଙ୍କୁ ଶୀତଦିନେ ଥଣ୍ଡା ସମୟରେ ମଧ୍ୟ ଧାଡିରେ ଛିଡା ହେବାକୁ ପଡିଥାଏ। ଗ୍ରୀଷ୍ମ ସମୟରେ ମଧ୍ୟ ଲଣ୍ଡନରେ ବଡ ଇଭେଣ୍ଟ ଏବଂ ପ୍ରଦର୍ଶନୀ ଚାଲିଥାଏ, ସେହି ସମୟରେ ତାଙ୍କୁ ପ୍ରାୟ ଦିନ ତମାମ ୮ ଘଣ୍ଟା ଧାଡିରେ ଛିଡା ହେବାକୁ ପଡିଥାଏ। ତାଙ୍କର ଏ ପରି କାର୍ଯ୍ୟ ଦେଖି ତାଙ୍କର ଘର ଲୋକମାନେ ମଧ୍ୟ ବହୁତ ଆଶ୍ଚୟ୍ୟ ହୋଇଥାଆନ୍ତି।