ସନଷ୍ଟାର ଟିଭି ବ୍ୟୁରୋ
ପଞ୍ଜାବ:ଘୁଞ୍ଚିଲା ପଞ୍ଜାବ ନିର୍ବାଚନର ତାରିଖ। ଫେବୃଆରୀ ୧୪ ରେ ହେବାକୁ ଥିବା ନିର୍ବାଚନ ଫେବୃଆରୀ ୨୦ କୁ ଘୁଞ୍ଚିଛି। ୬ଦିନ ପାଇଁ ଏହି ନିର୍ବାଚନର ତାରିଖକୁ ଘୂଞ୍ଚାଯାଇଛି। ଗୁରୁ ରବିଦାସଙ୍କ ଜୟନ୍ତୀ ଥିବାରୁ ମତଦାନ କୁ ଘୁଞ୍ଚାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସିଆଇ ଙ୍କୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ସୂଚନାମୁତାବକ ପଞ୍ଜାବର ଜନଜାତିରେ ପ୍ରାୟ ୩୨ ପ୍ରତିଶତ ଅନୁସୂଚିତ ଜାତିର ଲୋକ ବସବାସ କରିଥାଆନ୍ତି। ଏବଂ ଏହି ସମ୍ପ୍ରଦାୟର ଲୋକମାନେ ଫେବୃଆରୀ ୧୦ ରୁ ୧୬ ତାରିଖରେ ଉତ୍ତରପ୍ରଦେଶ ର ବନାରସ କୁ ଗସ୍ଥକରି ପାରନ୍ତି ତେଣୁ ଏହି ଲୋକ ମାନେ ଭୋଟ ଦେଇ ପାରିବେନି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ଯାହାର ଫଳ ସ୍ବରୁପ ଇସିଆଇ ନିର୍ବାଚନର ତାରିଖକୁ ଘୁଞ୍ଚାଇଛନ୍ତି। ଆସନ୍ତା ଫେବୃଆରୀ ୨୦ ରେ ହେବ ପଞ୍ଜାବ ନିର୍ବାଚନ।