ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ପଦ୍ମଶ୍ରୀ ବିଜେତା ଶାନ୍ତିଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ବିଟର ରେ ଏନେଇ ଏକ ପୋଷ୍ଟ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସାରା ରାଜ୍ୟ ତାଙ୍କୁ ମନେରଖିବ ବୋଲି ସୂଚନାଦେଇଛନ୍ତି। ଏହାସହ ତାଙ୍କର ବିରଳ ସେବାକାର୍ଯ୍ୟ ଓଡିଶା ଜନମାନସରେ ଏକ ସ୍ମରଣୀୟ ଚିହ୍ନ ହୋଇ ରହିବେ ବୋଲି ମତପ୍ରକାଶ ପାଉଛି।
ତେବେ ସୂଚନାମୁତାବକ ଗତକାଲି ଜ୍ବରରେ ପିଡିତ ଥିଲେ ଏବଂ ଏହା ପରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇଯାଇଥିଲେ। ଏହାପରେ ସେ ସେହି ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ସମାଜ ସେବା କାର୍ଯ୍ୟ ଏବଂ କର୍ତ୍ତବ୍ୟ ନିଷ୍ଠା ପାଇଁ ସାରା ଓଡିଶା ତାଙ୍କୁ ମନେରଖିବ। 