ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଏ ଦେଶ ତାଙ୍କୁ ସ୍ମରଣ କରେ ଯିଏ ଏ ଦେଶ ପାଇଁ କାମ କରିଛନ୍ତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ସେ ସବୁଆଡେ ପ୍ରସିଦ୍ଧି ଲାଭ କରିଥାଆନ୍ତି। ସେହିପରି ଏକ ପ୍ରତିଭାଙ୍କୁ ହରାଇଛି ଆଜି ଓଡିଶା। ଆଉ ନାହାନ୍ତି ପଦ୍ମଶ୍ରୀ ବିଜେତା ଶାନ୍ତିଦେବୀ। ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ୮୮ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଶାନ୍ତି ଦେବୀ। ବିଶିଷ୍ଠ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ.ରତନ ଦାସଙ୍କର ଧର୍ମପତ୍ନୀ ହେଉଛନ୍ତି ଶାନ୍ତିଦେବୀ। ଉପାନ୍ତ ଅଞ୍ଚଳର ବିକାଶ ପାଇଁ ଏବଂ ସେହି ଅଞ୍ଚଳର ଆଦିବାସୀଶିଶୁ ମାନଙ୍କୁ ଶିକ୍ଷା ଯୋଗାଇ ଦେବା ସହ ତାଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ କରିବା ପାଇଁ ତାଙ୍କର ଯେଉଁ ଉଦ୍ୟମ ଏବଂ ପ୍ରୟାସ ରହିଥିଲା ତାହା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ତେବେ ଗୁଣୁପୁର ସହ ରାୟଗଡା ,ଜବରଗୁଡା ଆଦି ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରିଥିଲେ। ତେବେ ସେ ଗତକାଲି ଜ୍ବରରେ ପିଡିତ ଥିଲେ ଏବଂ ଏହା ପରେ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ୍ ହୋଇଯାଇଥିଲେ। ଏହାପରେ ସେ ସେହି ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ସମାଜ ସେବା କାର୍ଯ୍ୟ ଏବଂ କର୍ତ୍ତବ୍ୟ ନିଷ୍ଠା ପାଇଁ ସାରା ଓଡିଶା ତାଙ୍କୁ ମନେରଖିବ।