ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆପଣ ବି ଏହାକୁ ଦେଖିଲେ ଚକିତ ହୋଇଯିବେ। ଏହି ଭିଡିଓ ଟି ବେଲଜିଆନ ମେଟ୍ରୋ ଷ୍ଟେସନର। ଏଥିରେ ଜଣେ ବ୍ୟକ୍ତି ଜାଣିଶୁଣି ଆସୁଥିବା ଟ୍ରେନ୍ ଆଗରେ ଜଣେ ମହିଳାଙ୍କୁ ଠେଲି ଦେଇଥିଲେ। ନ୍ୟୁଜ୍ ୱେବସାଇଟ୍ ଆରଟି ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ବେଲଜିୟମର ରାଜଧାନୀର ରୋଜିଆର୍ ମେଟ୍ରୋ ଷ୍ଟେସନରେ ଏହି ଘଟଣା ଘଟିଛି। ସୌଭାଗ୍ୟବଶତ ଟ୍ରେନ୍ ଟି ଠିକ ସମୟରେ ଅଟକି ଯାଇଥିବାରୁ ମହିଳା ଜଣକ ବିନା ଆଘାତରେ ବର୍ତ୍ତି ପାଇଥିଲେ। ମହିଳା ଏବଂ ମେଟ୍ରୋ ଡ୍ରାଇଭର ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସା କରିଥିଲେ।
ଅନଲାଇନରେ ବହୁଳ ଭାବରେ ସେୟାର ହୋଇଥିବା ଏହି ଫୁଟେଜରୁ ଜଣାପଡିଛି ଯେ ପୁରୁଷ ଜଣକ ମହିଳାଙ୍କୁ ଟ୍ରେନ ଆଗରେ ଠେଲିବା ପୂର୍ବରୁ ପ୍ଲାଟଫର୍ମରେ ଅସ୍ଥିର ଭାବରେ ଚାଲୁଛନ୍ତି । ମେଟ୍ରୋ ନିକଟତର ହେବାପରେ ସେ ଆଗକୁ ଦୌଡିଆସିଲେ ଏବଂ ମହିଳାଙ୍କୁ ଟ୍ରାକକୁ ଠେଲିଥିବାର ଦେଖାଯାଉଛି। ଟ୍ରେନ୍ ଡ୍ରାଇଭର ଶୀଘ୍ର ରିଫ୍ଲେକ୍ସ ପ୍ରଦର୍ଶନ କରି ଜରୁରୀକାଳୀନ ବ୍ରେକ୍ ଟାଣିବା ସହିତ ଟ୍ରେନକୁ ଅଟକାଇଥିଲେ। ଫଳରେ ମହିଳା ଜଣକ ଅଳ୍ପକେ ବର୍ତ୍ତୀ ଯାଇଥିଲେ। ଏହାସହ ଅପରାଧୀ ଜଣଙ୍କୁ ମେଟ୍ରୋ ଷ୍ଟେସନରେ ଗିରଫ କରାଯାଇ ତାଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ ରୁଜୁ କରାଯାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ତାଙ୍କ ଅବସ୍ଥା ଯାଞ୍ଚ କରିବା ପାଇଁ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।