ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ: ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି। ପୂର୍ବରୁ ଓ୍ବାନ ଡେ ଓ ଟି-୨୦ରୁ ଅଧିନାୟକ ପଦ ଛାଡିଥିବା ବେଳେ ବର୍ତ୍ତମାନ ଟେଷ୍ଟ ମ୍ୟାଚ ରୁ ମଧ୍ୟ ସେ ଅଧିନାୟକ ପଦ ଛାଡିଛନ୍ତି। ଏନେଇ BCCI ତରଫରୁ କୌଣସୀ ସୂଚନା ଦିଆନଯାଇଥିବା ବେଳେ କୋହଲି ନିଜେ ଟ୍ବିଟ କରି ଏହାର ସୂଚନାଦେଇଛନ୍ତି। ତେବେ ତାଙ୍କର ଏହି ପୋଷ୍ଟରେ ସେ ତାଙ୍କର ୭ ବର୍ଷର କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରିଛନ୍ତି ।ଏହା ସହ ସବୁ ସମୟରେ ତାଙ୍କର ପ୍ରଶଂସକ ମାନେ ତାଙ୍କୁ ଯେଉଁ ଭଲପାଇବା ଏବଂ ସହଯୋଗ ଦେଇଛନ୍ତି ସେଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।ତେବେ ସେ କେଉଁ କାରଣ ପାଇଁ ଟେଷ୍ଟର ଅଧିନାୟକ ଦାଇତ୍ବ ଛାଡିଛନ୍ତି ସେ ବିଷୟରେ କିଛି ଭି ସୂଚନା ମିଳିନାହିଁ।