ସନଷ୍ଟାର ଟିଭି ବ୍ୟୁରୋ
ୟୁପି:ଯୋଗ ଆଦିତ୍ୟନାଥ କ୍ୟାବିନେଟର ପୂର୍ବତନ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂ ସାଇନି ଶୁକ୍ରବାର ଦିନ ଲକ୍ଷ୍ନୌରେ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଭଗବତୀ ସାଗର, ବିନୟ ଶକିଆ, ମୁକେଶ ଭର୍ମା ଏବଂ ରୋଶନ ଲାଲ ଭର୍ମା ମଧ୍ୟ ଉପସ୍ଥିତ ଥିଲେ।
ପାର୍ଟୀରେ ସ୍ୱାଗତ କରୁଥିବାର ଯାଇ ଯାଦବ ମୌର୍ଯ୍ୟ ଏବଂ ସାଇନିଙ୍କୁ ଏକ ନାଲି ପଗଡି (ଏସପି ରଙ୍ଗ) ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଇନି କହିଛନ୍ତି, “ଆମେ ସମସ୍ତେ ଆଜି ଏସପିରେ ଯୋଗଦେଉଛୁ । ଏବଂ ସମ୍ବିଧାନ, ଗଣତନ୍ତ୍ର ଏବଂ ଦଳିତଙ୍କ ରକ୍ଷାକରିବା ପାଇଁ ଆମେ ଏପରି କରିଛୁ। ଆମେ ଆପଣଙ୍କୁ ନୂଆ ସିଏମ୍ ଦେବୁ। ଏହାସହ ମୌର୍ଯ୍ୟ କହିଛନ୍ତି ଯେ ଏହା ହେଉଛି ‘ସମାଜବାଦ୍’ (ସମାଜବାଦ) ଏବଂ ଆମ୍ବେଦକରବାଦ୍ (ବିଆର ଆମ୍ବେଦକରଙ୍କ ଦର୍ଶନ) ର ମିଳନ ଦିନ।
ନିକଟରେ ବିଜେପିରୁ ତିନିଜଣ ମନ୍ତ୍ରୀ ଛାଡିଥିବା ବେଳେ, ଦୁଇଜଣ ମଞ୍ଚରେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା। ସୂଚନାମୁତାବକ ବର୍ତ୍ତମାନ ସୁଦ୍ଧା ତିନିଜଣ ମନ୍ତ୍ରୀଙ୍କ ସମେତ ଅତିକମରେ ଆଠ ଜଣ ବିଜେପି ବିଧାୟକ ଗତ କିଛି ଦିନ ମଧ୍ୟରେ ଦଳରୁ ଇସ୍ତଫା ଦେଇଛନ୍ତି।