ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ମହାରାଷ୍ଟ୍ରର ୱର୍ଡ଼ା ଜିଲ୍ଲାର ଏକ ଡାକ୍ତରଖାନାରେ ୧୧ ଟି ଖପୁରୀ ଏବଂ ୫୪ ଟି ହାଡ ଦେଖିବାକୁ ମିଳିଛି। ଏହାସହ ହସ୍ପିଟାଲରେ ବେଆଇନ ଗର୍ଭପାତ କରାଯାଉଥିବାର ଅଭିଯୋଗ ହୋଇଛି। ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଏବଂ ଜଣେ ନର୍ସଙ୍କୁ ପୋଲିସ ଗିରଫ କରିଛି। ହାଡଗୁଡିକ ବିସ୍ତୃତ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ତେବେ ଏହି କଥାଟି ସେତେ ବେଳେ ଲୋକ ଲୋଚନକୁ ଆସିଲା ଯେତେ ବଳେ ପୋଲିସ ଏକ ମାମଲାର ତଦନ୍ତ କରୁଥିଲା ଯେଉଁଥିଲେ ଗୋଟିଏ ୧୩ ବର୍ଷର ଝିଅ ଗୋଟିଏ ନାବାଳିକା ପୁଅ ଦ୍ବାରା ଗର୍ଭବତୀ ହୋଇଥିଲା ।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ପୁଅର ପିତାମାତା ଝିଅର ପରିବାରକୁ ଧମକ ଦେଇଥିଲେ ଯେ ଯଦି ସେ ଶିଶୁକୁ ଗର୍ଭପାତ କରାନ୍ତି ନାହିଁ ତେବେ ସେମାନେ ସେମାନଙ୍କୁ ବଦନାମ କରିବେ। ୱର୍ଡ଼ା ହସ୍ପିଟାଲରେ କରାଯାଇଥିବା ଅଭିଯୋଗ ପାଇଁ ବାଳକର ପରିବାର ହିଁ ଅର୍ଥ ପ୍ରଦାନ କରିଥିଲେ। ପୋଲିସର ଅଭିଯୋଗ ପଞ୍ଜୀକୃତ ହେବା ପରେ ଜାନୁଆରୀ ୯ ରେ ଡାକ୍ତରଖାନାର ଜଣେ ଡାକ୍ତର ଏବଂ ଜଣେ ନର୍ସଙ୍କୁ ଗିରଫ କରାଯାଇଥିଲା। ପୁଅର ପିତାମାତାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।
ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ଅଧିନିୟମ ଅନୁଯାୟୀ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।
ପୋଲିସର ସୂଚନାନୁସାରେ, ୧୮ ବର୍ଷରୁ କମ୍ ବାଳିକା ଉପରେ ଗର୍ଭପାତ କରାଇବା ବିଷୟରେ ଡାକ୍ତର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇ ନ ଥିଲେ। ଅନୁସନ୍ଧାନର ଏକ ଅଂଶରେ ପୋଲିସ ଡାକ୍ତରଖାନା ପରିସରରେ ଖୋଜାଖୋଜି କରି କ୍ୟାମ୍ପସରେ ଥିବା ବାୟୋଗ୍ୟାସ୍ ପ୍ଲାଣ୍ଟରେ ଖପୁରୀ ଓ ହାଡକୁ ପାଇଥିଲା।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ୱର୍ଡ଼ା ପୋଲିସ୍ ଅଧୀକ୍ଷକ ପ୍ରଶାନ୍ତ ହୋଲକର କହିଛନ୍ତି ଯେ ଅଭିଯୁକ୍ତ ଡାକ୍ତରଙ୍କ ଶାଶୁ ହେଉଛନ୍ତି ଡାକ୍ତର ଯେଉଁମାନଙ୍କର ଗର୍ଭପାତ କରାଇବାକୁ ଲାଇସେନ୍ସ ଅଛି। ଡାକ୍ତରଖାନାରୁ ଉଦ୍ଧାର ହୋଇଥିବା ହାଡ ଓ ଖପୁରୀ ସହ ଆହୁରି ଯାଞ୍ଚ ଚାଲିଛି।