ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ରାଜ୍ୟରେ କରୋନ। ସଂକ୍ରମଣ ସ୍ଥିତି କୁ ନଜରରେ ରଖି ଏହି ପଦକ୍ଷପ ନିଆଯାଇଛି। ଅଧିକ ସଂକ୍ରମିତ ନ ହେବା ଘଟଣାକୁ ବିଚାରକୁ ନିଆଯାଇ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ପ୍ରକାଶିତ ସାନି ବିଜ୍ଞପ୍ତିରୁ ଏହା ଜଣାପଡିଛି । ଜାନୁଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟାଳୟ ଓ ଏହାର କାର୍ଯ୍ୟାଳୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ବିଭିନ୍ନ ଖଣ୍ଡପୀଠରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ବାତିଲ କରାଯାଇଛି । ଜାନୁଆରୀ ୧୮ରୁ ଅଦାଲତ ଖୋଲିବ । ତେବେ ୧୮ରୁ ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ୨ଟି ଦୁଇ ଜଣିଆ ଖଣ୍ଡପୀଠ ଓ ୭ଟି ଜଣିକିଆ ଖଣ୍ଡପୀଠରେ କେବଳ ଅତି ଜରୁରୀ ମାମଲା ଗୁଡିକର ଶୁଣାଣି ହେବ । ପୂର୍ବ ନିଷ୍ପତ୍ତି ଅନୁସାରେ ଜାନୁଆରୀ ୧୩ରେ ପୂର୍ଣ୍ଣ ପୀଠ ରେଫରେନ୍ସ ଅନୁଷ୍ଠିତ ହେବନାହିଁ । ଏହା ୧୮ ତାରିଖ ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ । କରୋନା ସ୍ଥିତିକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।