ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ କନ୍ଧମାଳ , କଳାହାଣ୍ଡି , ନୂଆପଡା , ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ । ଏଥିସହିତ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥବା ପାଣିପାଗ ବିଭାଗ ପକ୍ଷରୁ ରେର୍କଡ କରାଯାଇଛି। ଅପରପକ୍ଷରେ ମଙ୍ଗଳବାର ଏକ ନିମ୍ନ ଚାପରେଖା ସମୁଦ୍ରପତନଠାରୁ ୧୫ କିମି ଉପରେ ଉତ୍ତର କୋଙ୍କଣରେ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ଲମ୍ବିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ବର୍ଷାହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ନୂଆପଡା , ଝାରସୁଗୁଡା , ବରଗଡ , ସୁନ୍ଦରଗଡ , କେନ୍ଦୁଝର , ଦେବଗଡ , ଅନୁଗୁଳ , କଳାହାଣ୍ଡି , ବଲାଙ୍ଗିର , ସୋନପୁର , ବୌଦ୍ଧ , କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି । ଏହି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷାହେବା ସମ୍ଭାବନା ରହିଛି । ସେହିପରି ୧୩ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ସୋନପୁର , ନବରଙ୍ଗପୁର , ନୂଆପଡା , ବଲାଙ୍ଗିର , ଅନୁଗୁଳ , ଢ଼େଙ୍କାନାଳ , କେନ୍ଦୁଝର ,କେନ୍ଦ୍ରାପଡା, ମୟୁରଭଞ୍ଜ ଓ ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି । ତେବେ ୧୪ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , କଟକ , ନୟାଗଡ , ଖୋର୍ଦ୍ଧା , ପୁରୀ , ଗଞ୍ଜାମ , ଗଜପତି , ମୟୁରଭଞ୍ଜ , କେନ୍ଦୁଝର , ଢ଼େଙ୍କାନାଳ , ସୁନ୍ଦରଗଡ ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାହେବା ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ ବିଭାଗ ସମ୍ପୃକ୍ତ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରିକରିଛି । ବର୍ଷା ଯୋଗୁଁ ଉଦ୍ୟାନ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ତେବେ ୧୫ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।