ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦ୍ୱିତୀୟ ମନ୍ତ୍ରୀ ଦାରା ସିଂ ଚୌହାନ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ବିଦାୟ ନେଇଛନ୍ତି। ଆସନ୍ତା ମାସରେ ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ ରୁ ଦ୍ୱିତୀୟ ଓବିସି (ଅନ୍ୟ ପଛୁଆ ଶ୍ରେଣୀ) ନେତା ବିଦାୟ ନେଇଛନ୍ତି।
ନିର୍ବାଚନ ପୂର୍ବରୁ ଏହାବ ବିଜେପି ପାଇଁ ଆଉ ଏକ ବଡ ଝଟକା ବୋଲି ସଦୃଶ୍ୟ ଜଣାପଡୁଛି। ତେବେ ଏବେ ସୁଦ୍ଧା ଦୁଇ ମନ୍ତ୍ରୀ ଏବଂ ଚାରିଜଣ ବିଧାୟକ ଏ ପର୍ଯ୍ୟନ୍ତ ବିଦାୟ ନେଇଛନ୍ତି ଏବଂ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି।
ମୁଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କଲି କିନ୍ତୁ ପଛୁଆ, ବଞ୍ଚିତ ବିଭାଗ, ଦଳିତ, କୃଷକ ଏବଂ ବେକାର ଯୁବକ ଯୁବତୀଙ୍କ ମାନଙ୍କ ପ୍ରତି ଏହି ସରକାରଙ୍କ ଅତ୍ୟାଚାର ଏବଂ ପଛୁଆ ତଥା ଦଳିତଙ୍କ ପାଇଁ କୋଟା ଅବହେଳା ହେତୁ ମୁଁ ଇସ୍ତଫା ଦେଉଛି ବୋଲି ଶ୍ରୀ ଚୌହାନ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଡେପୁଟି କେଶବ ପ୍ରସାଦ ମୌର୍ଯ୍ୟ ଏକ ଟୁଇଟ୍ କରି ଶ୍ରୀ ଚୌହାନଙ୍କୁ ଏହି ପଦକ୍ଷେପ ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।