ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାକୁ ପଶ୍ଚିମା ଝଡ଼ର ଆଗମନ ଯୋଗୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ସୋମବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ଆରମ୍ଭ ହୋଇଛି । ଆଭ୍ୟନ୍ତରୀଣ ସ୍ଥାନରେ ବର୍ଷା ହୋଇଛି । ମଙ୍ଗଳବାର ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ସମ୍ଭାବନା ମଙ୍ଗଳବାର ବରଗଡ଼ , ସମ୍ବଲପୁର , ଦେବଗଡ଼ ଓ ସୋନପୁରରେ ପ୍ରବଳ ବର୍ଷା ହୋଇଛି ଏବଂ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିଭଳି କିଛି ସ୍ଥାନରେ ବଜ୍ରପାତ ଦେଖା ଦେଇଛି। ଝାରସୁଗୁଡ଼ା ,ବରଗଡ଼ , ସୁନ୍ଦରଗଡ଼ , ସମ୍ବଲପୁର , ଦେବଗଡ଼ , ସୋନପୁର , ବଲାଙ୍ଗୀର , ବୌଦ୍ଧ , କଳାହାଣ୍ଡି ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏଥିସହିତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୧୩ରୁ ୧୪ ତାରିଖ କଳାହାଣ୍ଡି , କନ୍ଧମାଳ , ବଲାଙ୍ଗୀର , ନୂଆପଡ଼ା , ବୌଦ୍ଧ , ଅନୁଗୋଳ , ଢେଙ୍କାନାଳ , କଟକ , ନୟାଗଡ଼ , କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ବର , ଭଦ୍ରକ , ଯାଜପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ । ସେଥିପାଇଁ ଏହି ଜିଲ୍ଲା ଗୁଡିକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏପଟେ ସୋମବାର ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନଦେଖାଯାଇଥିଲା । ପ୍ରାୟ ୮ଟା ପର୍ଯ୍ୟନ୍ତ କୁହୁଡ଼ି ରହିଥିଲା । ଉତ୍ତର ଉପକୂଳ ଓଡ଼ିଶା , ଖୋର୍ଦ୍ଧା ଓ ପୁରୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିଲା । ଅନ୍ୟପଟେ ବର୍ଷା ଯୋଗୁ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଛି । ଆସନ୍ତା ଦୁଇଦିନ ମଧ୍ୟ ରାଜ୍ୟରେ ଆହୁରି ୨ରୁ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।