ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ସରୁନି ବିବାଦ। ପ୍ରାଣ ହାରୁଛନ୍ତି ଉଠା ଦୋକାନୀ। ମାର୍କେଟ ବିଲ୍ଡିଙ୍ଗ ପ୍ରସଙ୍ଗରେ ବଳି ପଡୁଛନ୍ତି ଉଠାଦୋକାନୀ ମାନେ। ଗତକାଲି ଗୋଟିଏ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ଉଠାଦୋକାନୀ ନିଜ ପ୍ରାଣ ହାରିଛନ୍ତି। ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ମଧ୍ୟରେ ବିବାଦ ପରେ ରୋଜଗାର ହରାଇଛନ୍ତି ଉଠାଦୋକନୀ ।ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡର ସ୍ଥିତି ବହୁ ଖରାପ ଥିବା ବେଳେ ନିଜର ପେଟ ପୋଷିବା ପାଇଁ ଲୋକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁପଡୁଛି। ତେବେ ଏହି ସମୟରେ ଉଠାଦୋକନୀ ମାନେ ରୋଜଗାର ହରାଇବା ପରେ ଆତ୍ମହତ୍ୟା କରୁଛନ୍ତି। ଆଜି ମାର୍କେଟ ବିଲ୍ ଡିଙ୍ଗର ଆଉ ଜଣେ ଉଠା ଦୋକାନୀ ନିଜର ପ୍ରାଣ ହାରିଛନ୍ତି। ତେବେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁବାଷ ପଣ୍ଡିତ। ସୂଚନାମୁତାବକ ୠଣ ବୋଝ ଯୋଗୁଁ ସୁବାଷ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସୁବାଷଙ୍କ ଘର ବିହାର ରେ ଏବଂ ସେ ଭୁବନେଶ୍ୱରର ବରଗଡ଼ ଅଂଚଳରେ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ। ସେ ମାର୍କେଟ ବିଲଡିଙ୍ଗରେ ସିଜିନ ବେପାର କରିଥାନ୍ତି। ସୁବାଷଙ୍କ ମୃତ୍ୟୁ ପରେ ପରିବାର ବର୍ତ୍ତମାନ ବିଏମସିକୁ ଦାୟୀ କରୁଛି। ବାରମ୍ଵାର ବିଏମସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ବି କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ଯାହା ଫଳରେ ଗୋଟେ ପରେ ଗୋଟେ ଉଠାଦୋକାନୀ ଆତ୍ମହତ୍ୟା କରୁଛନ୍ତି। ତେବେ ଆଉ କେତେ ଜଣଙ୍କ ଜୀବନଗଲା ପରେ ବିଏମସିର ଦୃଷ୍ଟିଗୋଚରକୁ ଆସିପାରବ ତାହା ଦେଖିବା ବାକି ରହିଲା।(ରିର୍ପୋଟ:ଆଶିଷ କୁମାର ରାଉତ)