ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର:ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଦେହାନ୍ତ। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ କିଛି ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା। ସେ ତାଙ୍କ ଗାଧୁଆ ଘରେ ପଡିଯାଇଥିଲେ। ଏହାପରେ ତାଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ବୟସଗତ ସମସ୍ୟା ପାଇଁ ସେ ସମ୍ପୁର୍ଣ୍ଣଭାବେ ସୁସ୍ଥ ହୋଇପାରି ନଥିଲେ।ତେବେ ତାଙ୍କର ଅବଦାନ ସାହିତ୍ୟ ଜଗତ ପାଇଁ କିଛି କମ୍ ନୁହେଁ। ନିଜର କଲମ ମୁନରୁ ସେ ସାହିତ୍ୟଦୁନିଆକୁ ଅନେକ ଭେଟ ଦେଇଛନ୍ତି। ଯାହା ପାଇଁ ତାଙ୍କର ସ୍ଥାନ ସଦା ସର୍ବଦା ଅପୂର୍ଣ୍ଣ ହୋଇ ରହିବ।୧୯୮୧ରେ ସେ ଲେଖିଥିବା ଭୁଖା ବହୁ ପ୍ରସିଦ୍ଧି ଅର୍ଜନ୍ନ କରିଥିଲେ।
ଏହାପରେ ଏହି ନାଟକ କୁ ଆଧାର କରି ଚଳଚିତ୍ର ନିର୍ମାଣ କରାଗଲା।ଯାହାକି ବହୁ ଲୋକପ୍ରିୟତା ହାସଲ କରିଥିଲା।ଏହା ଅନ୍ତର୍ଜାତୀୟ ସ୍ଥରରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା। ସେ ପରମାଣପୁର ଗ୍ରାମ ବିଦ୍ୟାଳୟରେ ଶିକ୍ଷକ ଭାବେ କାମ କରିଥିଲେ। ସେ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ମଧ୍ୟ ପାଇଥିଲେ।