ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲ୍ଲାର ବରିଷ୍ଠ ରାଜନେତା ଖଡିଆଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇ ଥିବା ନେଇ ସୂଚନାମିଳିଥିଲା। ତେବେ ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନରେ ତାଙ୍କର ମୃତ୍ୟ ହୋଇଥିବାର ସୂଚନା ମିଳିଛି। ତେବେ ତାଙ୍କର ମୃତ୍ୟୁର ଖବର ଆସିଲାପରେ ଖଡିଆଳ ସାରା ଦୁଃଖର ମାହୋଲ ଖେଳିଯାଇଛି ।
ସ୍ବର୍ଗତ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରୁ ୫ଥର ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ। ସେ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ବିଧାୟକ ଆସନରେ ରହିଥିଲେ । ଏହାପରେ ସେ ବିଜେଡିରେ ଯୋଗଦେଇ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ। ୨୦୧୪ରେ ସେ ଦଳରୁ ଇସ୍ତଫା ଦେଇ ପୁଣି ପରବର୍ତ୍ତୀ ସମୟରେ ଦଳରେ ଯୋଗଦାନ କରିଥିଲେ।