ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ନେଇ ଆଣି ପୁଣି ସମୀକ୍ଷା ବୈଠକ ଡାକିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମୁଖ୍ୟଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବଙ୍କ ସହ ବହୁ ବିଶିଷ୍ଟ ଅଧିକାରୀ ମାନେ ଉପସ୍ଥିତ ରହିବେ। ତେବେ କୋଭିଡର ତୃତୀୟ ଲହରୀକୁ ନେଇ ସମୀକ୍ଷା କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ।
ଖବର ଅନୁଯାୟୀ,ରାଜ୍ୟରେ କରୋନ ଗ୍ରାଫ କ୍ରମାଗତ ଭାବେ ବଢ଼ିଚାଲିଛି। କିଛି ଦିନ ତଳେ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଥିଲେ।ଏହାସହ ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ମଧ୍ୟ କରାଯାଇଛି। ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ ବାଧ୍ୟତାମୂଳକ କରାଯାଇଛି। ଅମାନିଆଙ୍କ ପାଇଁ ଫାଇନ ମଧ୍ୟ କଟାଯାଉଛି।
ତେବେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିବେ। ସ୍ଥିତିର ସମୀକ୍ଷା କରିବା ସହ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭି ନେଇ ପାରନ୍ତି।