ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। କିଡନୀ ସମସ୍ୟାରେ ପିଡି ଥିଲେ ମିହିର।ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । କଳାକାର ଦୁନିଆ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ମିହିର ଓଳିଉଡ ଜଗତକୁ ଅନେକ ଚଳଚିତ୍ର ଭେଟି ଦେଇଛନ୍ତି। ତେବେ ତାଙ୍କର ଏହି ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏଥିପାଇଁ ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି।ଏହାସହ ରାଜନେତା,କଳାକାର ଜଗତର ଅନେକ ବିଶିଷ୍ଟ ଲୋକ ମିହିରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଚଳଚିତ୍ର ଜଗତ ତାଙ୍କୁ ସଦା ସର୍ବଦା ମନେ ରଖିବ।