ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଟେଲିଭିଜନ ଅଭିନେତା ଅଦିତି ମଲ୍ଲିକ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ଯେ ମୋହିତ ମଲ୍ଲିକଙ୍କ ସହ ତାଙ୍କର ୯ ମାସର ଶିଶୁକୁ କରୋନା ହୋଇଛି। ସେ ପ୍ରକାଶ କରିଛନ୍ତି ଯେ ସେମାନଙ୍କ ପୁଅଙ୍କୁ ୧୦୨ ଡିଗ୍ରୀ ଜ୍ୱର ହୋଇଥିଲା ଏବଂ ସେହି ସମୟରେ ସମସ୍ତଙ୍କୁ କୋଭିଡ ଟେଷ୍ଟ କରିବାକୁ ପଡିଲା। ଦୁର୍ଭାଗ୍ୟବଶତ ପୁରା ପରିବାର ସଂକ୍ରମିତ ହୋଇଥିବାର ଜଣାପଡିଛି ।
ଅଦିତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରାରମ୍ଭରେ ଯେତେବେଳେ ତାଙ୍କ ପୁଅ ଏହି ଜୀବାଣୁ ସଂକ୍ରମିତ ହୋଇଥିଲେ ସେତେବେଳେ ସେ ଚକିତ ହୋଇଯାଇଥିଲେ। “ପ୍ରାରମ୍ଭରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ମୁଁ ଭାବୁଥିଲି ଏହା କିପରି ହେଲା କିନ୍ତୁ ତା’ପରେ ମୋହିତ ଏବଂ ମୁଁ ସ୍ଥିର କଲୁ ଯେ ଆମକୁ ଏହାକୁ ସକାରାତ୍ମକ ଦୃଷ୍ଟିରେ ଦେବାକୁ ପଡିବ। ଭଗବାନଙ୍କ ଦୟାରୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସୂଚନାମୁତାବକ ଏହି ଗୋଟିଏ ସପ୍ତାହ ଭିତରେ ବହୁ କଳାକାର କୋଭିଡରେ ଆକ୍ରାନ୍ତ ହୋଇ ଘରେ କ୍ବାରେନଣ୍ଟାଇନରେ ରହିଛନ୍ତି।