ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୨୯ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦୭୫୬୯୮ରେ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ଚିହ୍ନଟ ହୋଇ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣ ୧୮ ବର୍ଷରୁ କମ ରହିଛନ୍ତି।

ସୂଚନାମୁତାବକ ରାଜ୍ୟରେ ପୁଣି କାୟା ମେଲାଉଛି କରୋନା। ଧୀରେ ଧୀରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଏଥିପାଇଁ ନୂଆଗାଇଡ ଲାଇନ ଜାରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୦୭୫୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୦୫୬୦ଟି ଆକ୍ଟିଭ କେସ ରହିଥିବା ବେଳେ ୧୦୪୬୬୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।