ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସମଗ୍ର ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଏହି ଟୀକା ଦିଆଯାଉଛି । ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ପ୍ରିକସନ ଟୀକା ନେବେ । ଯେଉଁମାନଙ୍କର ସେକେଣ୍ଡ ଡୋଜ ରୁ ୯ ମାସ ବା ୩୯ ସପ୍ତାହ ହୋଇଥିବା ପରେ ହିଁ ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ ବୋଲି ସୂଚନା ଦିଆଯାଇଛି । ଜାନୁଆରୀ ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ବର୍ତ୍ତମାନ ରାଜ୍ୟର ୩୬୧୬ ଶେସନ ସାଇଟରେ ଟୀକାକରଣ ଚାଲିଛି । ସେଥି ମଧ୍ୟରୁ ୧୩୪୦ ସ୍ୱତନ୍ତ୍ର ଟୀକା କରଣ କେନ୍ଦ୍ରରେ ୧୫ ରୁ ୧୮ ବର୍ଷର ଟୀକା କରଣ ଚାଲିଛି । ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି । ସ୍ଲଟ ବୁକିଂ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟୀକା ନେଇଥିଲେ ସେମାନେ ସେହି ଟୀକା ନେବେ । ସବୁ ଶେସନ ସାଇଟରେ ୨୦ ପ୍ରତିଶତ ସିଟ ବୃଦ୍ଧି କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। (ରିର୍ପୋଟ:ଆଶିଷ କୁମାର ରାଉତ )