ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦିଆଯାଉଛି ବୁଷ୍ଟର ଡୋଜ। ବୁଷ୍ଟର ଡୋଜ ପ୍ରଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ବୁଷ୍ଟର ଡୋଜ ଟିକା କେବଳ ସ୍ୱାସ୍ଥ୍ୟକର୍ମୀ , କୋଭିଡ଼ ମୁକାବିଲାର ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରାଥମିକ ପର୍ଯ୍ୟାୟରେ ଏହି ଡୋଜ ନେବେ । ତେବେ ବୁଷ୍ଟର ଡୋଜ ଗ୍ରହଣ କରିବାକୁ ଥିବା ଉପରୋକ୍ତ ୩ଶ୍ରେଣୀର ବ୍ୟକ୍ତି ୯ ମାସ ପୂର୍ବରୁ କୋଭିଡ଼ ଦ୍ୱିତୀୟ ଡୋଜ ନେଇଥିବା ଆବଶ୍ୟକ । ଟୀକାକେନ୍ଦ୍ରକୁ ଆସିବା ବେଳେ ନିଜ ସହ ଦ୍ୱିତୀୟ ଡୋଜ ନେଇଥିବାର ପ୍ରମାଣପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ସବୁ କେନ୍ଦ୍ରରେ ଟୀକାଦାନ ଚାଲିଛି ସେଠାରେ ବୁଷ୍ଟର ଡୋଜ ଦିଆଯିବ ବୋଲି ଜିଲ୍ଲା କୋଭିଡ଼ ନୋଡ଼ାଲ ଅଫିସର ଡ . ଉମେଶ ରାୟ କହିଛନ୍ତି। ରାଜ୍ୟରେ କୋଭିଡର ସ୍ଥିତି ଅଣାୟତ ହେଉଥିବାରୁ ଏହି ବୁଷ୍ଟର ଡୋଜ ଦିଆଯିବ।ତେବେ ସୂଚନାମୁତାବକ ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକ ଏହି ବୁଷ୍ଟର ଡୋଜ ନେବେ। ଜାନୁଆରି ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ। ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକାକରଣ ଚାଲିଛି। ସେଥିମଧ୍ୟରୁ ୧୩୪୦ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ ୧୫ରୁ ୧୮ ବର୍ଷର କିଶୋରଙ୍କ ଟିକାକରଣ ଚାଲିଛି।
ତେବେ ଏଥିପାଇଁ ନୂଆ ପଞ୍ଜିକରଣ କରିବା କୌଣସି ଆବଶ୍ୟକ ନାହିଁ। କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି। ସ୍ଲଟ ବୁକିଂ ପାଇଁ ଉଭୟ ଅନ ଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି। ଯିଏ ଯେଉଁ ଟିକା ନେଇଥିଲେ ସେମାନେ ସେହି ଟିକା ନେବେବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।