ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୩ହଜାର ପାର କଲାଣି କେରାନା। ଏହାସହ ପୁରୀ ମଧ୍ୟ କରୋନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ଶ୍ରୀମନ୍ଦିର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ। ସେପଟେ ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନରେ ବାହାର ଲୋକଙ୍କର ଶବ ସତ୍କାର ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି କଟକଣା ଜାରି କରିଛି ପ୍ରଶାସନ । କରୋନାରେ ସଂକ୍ରମିତ ନହୋଇ ଜିଲ୍ଲାର ମୃତ ବ୍ୟକ୍ତିଙ୍କ ଶବ ସ୍ଵର୍ଗଦ୍ଵାର ସତ୍କାର ପାଇଁ ସେଠାରେ ଅନୁମତି ଦିଆଯିବ। କରୋନା ସଂକ୍ରମିତଙ୍କ ଶବସତ୍କାର ପାଇଁ ଗତବର୍ଷ ପରି ଶିପସରୁବାଲି ଜଙ୍ଗଲରେ ଅସ୍ଥାୟୀ ଶ୍ମଶାନ କରାଯିବ । ସ୍ଵର୍ଗଦ୍ଵାର କର୍ମଚାରୀମାନେ ମୃତ ବ୍ୟକ୍ତିଙ୍କ ଆଧାରକାର୍ଡ , ଭୋଟ ପରିଚୟପତ୍ର ଏବଂ ମୃତ ପ୍ରମାଣ ଯାଞ୍ଚ କରିବେ । ଏହି କଟକଣା ଚଳିତମାସ ୧୦ତାରିଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଉପଜିଲାପାଳ ତଥା ସ୍ଵର୍ଗଦ୍ଵାର ଶବସତ୍କାର କମିଟି ସମ୍ପାଦକ ଭବତାରଣ ସାହୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସ୍ୱର୍ଗଦ୍ବାରରେ ଶବସତ୍କାର ଦାୟିତ୍ଵରେ ଥିବା ପୁରୋହିତ , ସଂସ୍କାରକ , ଶବବାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ସ୍ୱର୍ଗଦ୍ୱାରର କେତେକ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।