ସନଷ୍ଟାର ଟିଭି ବ୍ୟୁରୋ
ଇସ୍ଲାମାବାଦ: ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପାକିସ୍ତାନର ପାହାଡ ସହର ମୁରିରେ ଭିଡ଼ ଜମାଇଥିବା ବେଳେ ଏକ ବରଫଝଡ ମାଡି ଯାଇଥିଲା। ଏହିଝଡରେ ଗାଡିରେ ଫସିଯାଇଥିବା ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଇଣ୍ଟେରିୟର ମନ୍ତ୍ରୀ ଶନିବାର ପ୍ରକାଶ କରିଛନ୍ତି।
ରାସ୍ତା ସଫା କରିବା ଏବଂ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସୈନ୍ୟବାହିନୀକୁ ଏକତ୍ରିତ କରାଯାଇଛି ବୋଲି ଶେଖ ରସିଦ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏହାସହ ସେ ସୂଚନା ଦେଇଛନ୍ତି ବରଫ ଝଡରେ ଫସି ଗାଡି ଭିତରେ ଅତି କମରେ ୧୬ ରୁ ୧୯ ଜଣଙ୍କର ମୃତ୍ୟୁ ଘଟିଛି।
ଗତ କିଛି ଦିନ ତଳେ ୧୦୦,୦୦୦ ରୁ ଅଧିକ କାର ମୁରିର ସହରରେ ପ୍ରବେଶ କରିଥିଲା। ଯେଉଁଥିରେ ଅସ୍ବାଭାବିକ ଭାବେ ତୁଷାରପାତ ଦେଖିବାକୁ ମିଳିଥିଲା। ମୁରିର ଇସଲମାବାଦରୁ ଉତ୍ତରପୂର୍ବରୁ ୭୦ କିମିରେ ଅବସ୍ଥିତ।ଏହା ତାର ସୁନ୍ଦର ଦୃଶ୍ୟପାଇଁ ଏକ ପର୍ଯ୍ୟଟନସ୍ଥଳି ଭାବେ ବେଶ ଜଣାଶୁଣା।
ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁରିଙ୍କୁ ଏକ ବିପର୍ଯ୍ୟୟ କ୍ଷେତ୍ର ବୋଲି ଘୋଷଣା କରାଯାଇଛି ଏବଂ ଲୋକଙ୍କୁ ଏହି ସ୍ଥାନରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।