ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଇଣ୍ଟରନେଟରେ ଆମେ ବହୁ ଭିଡିଓ ଦେଖିଛନ୍ତି। ଦୁଃଖ ,ଦୁର୍ଘଟଣା ସହ ଅନେକ ଖୁସି ର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏଠାରେ କିଛି ଭିଡିଓ ଅଛି ଯେଉଁଥିରେ ଆପଣଙ୍କର ମନୋବଳକୁ ବଢ଼ାଇବାର କ୍ଷମତା ଅଛି। ଏବେ ଗୋଟିଏ ଦୃଶ୍ୟଅଛି ଯେଉଁଥିରେ ଜଣେ ୮୬ ବର୍ଷ ବୟସ୍କା ମହିଳା ଗଣେ ଷ୍ଟୋର କ୍ୟାସିଅର୍ ସହିତ ତାଙ୍କ ଲଟେରୀ ମୂଲ୍ୟ ବାଣ୍ଟୁଥିବା ଏକ କ୍ଲିପ୍ ଅନଲାଇନରେ ଭାଇରାଲ ହୋଇଛି। ସୂଚନାମୁତାବକ ବୟସ୍କା ଜଣେ ଗୋଟିଏ ଷ୍ଟୋରରୁ ଗୋଟିଏ ଲଟେରୀ ନେଇଥିଲେ ।ଏବଂ କହିଥିଲେ ଯଦି ସେ ଏହି ଲଟେରୀକୁ ଯିତିବେ ତାହା ହେଲେ ସେ ଏହି ଖୁସି ଷ୍ଟୋର କ୍ୟାସିଅର୍ ସହ ବାଣ୍ଟିବେ ବୋଲି। ଏହାପରେ ତାଙ୍କର ଏହି ଲଟେରୀଟି ରେ ଜିତିଥିଲେ ଏହାପରେ ସେ ତାଙ୍କର ଏହି ଖୁସିକୁ ଷ୍ଟୋର କ୍ୟାସିଅର୍ ସହ ବାଣ୍ଟିଥିଲେ। ସେ ସେହି ଷ୍ଟୋରକୁ ଯାଇକି କ୍ୟାସିଅର୍ ଙ୍କୁ ବେଲୁନ ଆଉ ଜିତି ଥିବା ଟଙ୍କାର କିଛି ପ୍ରତିଶତ ଉପହାରରେ ଦେଇଥିଲେ। ଏହା ଦେଖି ଷ୍ଟୋର କ୍ୟାସିଅର ଜଣକ ଖୁସି ହୋଇଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାଦେଖି ଖୁସି ହୋଇଥିଲେ।