ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ ଯାହାକି ଆଜି ଠାରୁ ରାଜ୍ୟରେ ଲାଗୁ କରାଯାଇଛି। ଏହା ୩୧ ଜାନୁଆରୀ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଓ ଅଧସ୍ତନ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହ ସଂଶ୍ଳିଷ୍ଟ ସମସ୍ତ କାର୍ଯ୍ୟାଳୟ ଏସଆରସି ଓ ଓସଡମା କାର୍ଯ୍ୟାଳୟ , ପୁଲିସ , ଅଗ୍ନିଶମ ସେବା , ସ୍ୱାସ୍ଥ୍ୟ ଓ ପୌର ସେବା କାର୍ଯ୍ୟାଳୟକୁ ଏହି ନିର୍ଦେଶନାମାରୁ ବାଦ ଦିଆଯାଇଛି । ତେବେ ଅନୁ ସଚିବ ଓ ତାଙ୍କ ଉପରିସ୍ଥ ପାହ୍ୟାର ସମସ୍ତ ଅଧିକାରୀ ପ୍ରତିଦିନ କାର୍ଯ୍ୟାଳୟ ଆସିବେ । ଓପିଏସସି , ଓ ଏସଏସସି , ଓଏସଏସଏସସି ପରି କର୍ମଚାରୀ ନିୟୋଜନ କାର୍ଯ୍ୟାଳୟ ୭୫ % କର୍ମଚାରୀରେ ଚାଲିବ । ଯେଉଁ କର୍ମଚାରୀ ପାଳି ( ରୋଷ୍ଟର ) ଅନୁଯାୟୀ କାମ ନ କରୁଥିବେ ସେମାନେ ଘରୁ ସଞ୍ଚାର ମାଧ୍ୟମରେ କାମ କରିବା ଏବଂ ସବୁ ସମୟରେ ଟେଲିଫୋନ ଯୋଗଯୋଗରେ ରହିବାକୁ ନିର୍ଦେଶ ରହିଛି । ଭିନ୍ନକ୍ଷମ ଓ ଗର୍ଭବତୀଙ୍କୁ ଏହି ସମୟରେ କାର୍ଯ୍ୟରୁ ନିବୃତ ରଖାଯାଇଛି । ତେବେ କୌଣସି କାର୍ମଚାରୀ ଏହି ସମୟରେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।