ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ସମସ୍ତଙ୍କ ନାକରେ ଦମ କରଛି। ସେପଟେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟମାଧ୍ୟ ବଢ଼ୁଛି।ତେବେ ଲୋକ ମାନେ ଏହା ପ୍ରତି ଧ୍ୟାନ ନଦେଇ ସଚେତନ ହେବାରେ ଅବହେଳା କରୁଛନ୍ତି।ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ନୂଆ ଗାଇଡ ଲାଇନ ଆଣିଛନ୍ତି। ଆଜି ଠାରୁ ରାଜ୍ୟରେ ଜାରି ହେବ ନାଇଟ କର୍ଫ୍ୟୁ। ଆଜି ରାତି ୯ଟାରୁ ରାତି କର୍ଫ୍ୟୁ ଜାରି ହେବ। ତେବେ ଏଥିପାଇଁ ୨୫ ପ୍ଲାଟୁନର ପୋଲିସ ମୁତୟନ ହେବା ସହ ୧୦୦ ଅଫିସର ରହିବେ । ଏହା ସହ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ଯେ ଯଦି ଲୋକ ମାନେ ନିୟମକୁ କଢ଼ାକଢ଼ି ଭାବେ ପାଳନ କରନ୍ତି ତେବେ ତାଙ୍କ ପାଇଁ କଢ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅମାନିଆଙ୍କୁ ସାବାଡ କରାଯିବ। ଏହା ସହ ଯଦି କୌଣଯି ଦୋକନ ଏହି ନିୟମ କୁ ନମାନିବେ ତେବେ ୭ ଦିନ ପାଇଁ ତାଙ୍କ ଦୋକାନକୁ ବନ୍ଦ ଭି କରାଯିବ।